Latest Odisha News

BREAKING NEWS

ମିଆଁମାରରେ ସେନା ହାତରେ ଶାସନ: ଆଙ୍ଗ ସାନ୍‌ ସୁ କି ଓ ମିଆଁମାର ରାଷ୍ଟ୍ରପତି ଗିରଫ !

ନୂଆଦିଲ୍ଲୀ: ମିଆଁମାରରେ ରାଜନୈତିକ ଅସ୍ଥିରତା । ସେନା ହାତରେ ଏବେ କ୍ଷମତା । ମିଆଁମାରର ସବୁଠୁ ବଡ ନେତା ଆଙ୍ଗ ସାନ ସୁ କି ଓ ରାଷ୍ଟ୍ରପତି  ବିନ୍‌ ମିଣ୍ଟଙ୍କୁ ଅଚକ ରଖିଛି ମିଆଁମାର ସେନା । ଏହାସହ ଶାସନରେ ଥିବା ଅନ୍ୟ ବରିଷ୍ଠ ନେତାଙ୍କ ଘରେ ଆଜି ଭୋରୁ ଚଢ଼ାଉ କରି ସେମାନଙ୍କୁ ଅଟକ ରଖାଯାଇଥିବା ସୂଚନା ମିଳିଛି । ଏନେଇ ଶାସନରେ ଥିବା ନ୍ୟାଶନାଲ ଲିଗ୍‌ ଫର ଡେମୋକ୍ରାସିର ଜଣେ ମୁଖପାତ୍ର ସୂଚନ ଦେଇଛନ୍ତି ।

କିଛି ଆର୍ନ୍ତଜାତୀୟ ଗଣମାଧ୍ୟମର ଖବର ଅନୁଯାୟୀ ସେମାନଙ୍କୁ ସେନା ଗିରଫ କରିଥିବା ସୂଚନା ମିଳିଛି । ସେନା ବର୍ଷକ ପାଇଁ ମିଆଁମାରେ ଜରୁରୀକାଳିନୀ ପରିସ୍ଥିତି ଘୋଷଣା କରିଛି । ଏନ୍‌ଏଲ୍‌ଡିର ମୁଖପାତ୍ର ଦେଇଥିବା ସୂଚନା ଅନୁଯାୟୀ, ସରକାର ଓ ଶକ୍ତିଶାଳୀ ସେନା ମଧ୍ୟରେ ବଢ଼ି ଚାଲିଥିବା ତିକ୍ତତାରୁ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି ।ଗତ ନଭେମ୍ବର ମାସରେ ଅନୁଷ୍ଠିତ ନିର୍ବାଚନ ପରେ ତିକ୍ତତା ବଢ଼ିଥିଲା। ନିର୍ବାଚନରେ ବ୍ୟାପକ ଜାଲିଆତି ହୋଇଥିବା କଥା ସେନା ଅଭିଯୋଗ କରିଥିଲା । ନିର୍ବାଚନରେ ଏନଏଲଡି ବୃହତ ବଡ଼ ବିଜୟ ହାସଲ କରିଥିଲା । ମିଆଁମାରର ନବ ନିର୍ବାଚିତ ସଂସଦର ପ୍ରଥମ ବୈଠକ ଆଜି ଅନୁଷ୍ଠିତ ହେବାର ଥିଲା । ତାପୂର୍ବରୁ ବଡ଼ ବଡ଼ ନେତାଙ୍କୁ ସେନା ଗିରଫ କରିଥିବା ଜଣା ପଡ଼ିଛି ।

Leave A Reply

Your email address will not be published.