Latest Odisha News

BREAKING NEWS

ମସ୍କୋରେ ପକ୍ଷୀ ମଡକ: ଭାଇରସ ନା ପରିବେଶ ପ୍ରଦୂଷଣ !

ମସ୍କୋ: ରୁଷିଆର ମସ୍କୋ ଅଂଚଳରେ ଏବେ ପକ୍ଷୀ ମଡକ ଦେଖଦେଇଛି । ଆଜୋଭ ସମୂଦ୍ରକୂଳରେ ଶହ ଶହ ପକ୍ଷୀ ମରି ପଡିଥିବା ଦେଖିବାକୁ ମିଳିଛି । ଗ୍ରୀବ୍ସ, ସମୁଦ୍ର ପାରା, ଗୁଲ ପ୍ରଜାତିର ପାଖାପାଖି ୭ ହଜାର ପକ୍ଷୀ କିଭଳି ମରିଲେ ତାହା ବର୍ତମାନ ବିଶେଷଜ୍ଞଙ୍କୁ ଚିନ୍ତାରେ ପକାଇଛି । ବିଷାକ୍ତ ପଦାର୍ଥ ସେବନ କରି କିମ୍ବା କୌଣସି ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇ ପକ୍ଷୀଗୁଡିକ ମରିଥିବା ନେଇ ଅନୁମାନ କରାଯାଉଛି । ପକ୍ଷୀଗୁଡିକ ନିଜ ଚାରିପଟେ ଘୁରି ବୁଲିବା ପରେ ମୃତ୍ୟୁବରଣ କରୁଛନ୍ତି ।

ଗ୍ରେଗୋରି ପ୍ରୋକୋ ପାୱା ନାମକ ପ୍ରଫେସରଙ୍କ ମତରେ କୌଣସି ବିଷାକ୍ତ ଖାଦ୍ୟ ସେବନ ଦ୍ୱାରା ଏହା ହୋଇ ନାହିଁ । ସଂକ୍ରମଣ ସମ୍ପର୍କରେ ତଦନ୍ତ କରାଯାଉଛି । ଆଉ କେତେକ ବିଶେଷଜ୍ଞଙ୍କ ମତରେ ପରିବେଶ ପ୍ରଦୂଷଣ ଯୋଗୁ ପକ୍ଷୀମାନେ ମୃତ୍ୟୁବରଣ କରୁଛନ୍ତି ।

Comments are closed.