Latest Odisha News

ରହସ୍ୟମୟ ଦ୍ୱାରିକା ନଗରୀ, ରହିଛି ଏମିତି ରହସ୍ୟ ଯାହା ଆଜିବି ହୋଇନାହିଁ ପ୍ରମାଣିତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆମ ପ୍ରାଚୀନ କଥା ଏବଂ ପୁରାଣ ରୁ ଆମେ ଅନେକ କାହାଣୀ ଶୁଣିଛୁ ଯାହାକି ଖୁବ ରହସ୍ୟମୟ ଅଟେ । ସେସବୁର କିଛି ଅଦ୍ଭୁତ କାରଣ ବି ରହିଥାଏ । ଆପଣ ମାନେ ଜାଣନ୍ତି କି, ଦୁନିଆର ସବୁଠାରୁ ପୁରୁଣା ସହର ଦ୍ୱାରିକା, ଯାହାକୁ ଭଗବାନ ଶ୍ରୀକୃଷ୍ଣ ତିଆରି କରିଥିଲେ । ଇତିହାସ କୁହେ ଦ୍ୱାରିକା ନଗରୀ ୯ ହଜାର ବର୍ଷ ପୁରୁଣା ସହର । ଯାହାର ଅବଶେଷ ଆଜିବି ନିଳ ସମୁଦ୍ରର ଗଭିରରେ ଦେଖିବାକୁ ମିଳେ । ହେଲେ ସେହି ସମୟରେ ଏମିତି କଣ ହେଲା ଯେ ପୁରା ଦ୍ୱାରିକା ଜଳମଗ୍ନ ହୋଇଗଲା? ଭଗବାନ ଶ୍ରୀକୃଷ୍ଣ କାହିଁକି ମଥୁରା ଛାଡ଼ିଥିଲେ? ତେବେ ଆସନ୍ତୁ ଜାଣିବା ଏହି ନଗରୀରେ ଲୁଚି ରହିଥିବା ଅନେକ ରହସ୍ୟ ସମ୍ବନ୍ଧରେ…

ଆପଣ ମାନେ ସମୁଦ୍ର ମନ୍ଥନ ର କାହାଣୀ ଶୁଣିଥିବେ । ସମୁଦ୍ର ମନ୍ଥନ ସମୟରେ ଦେବତା ଏବଂ ଦାନବ ଉଭୟ ଏକ ପର୍ବତ ସାହାଯ୍ୟରେ ସମୁଦ୍ର ମନ୍ଥନ କରିଥିଲେ । ତେବେ ଗତ କିଛି ବର୍ଷ ତଳେ ଦ୍ୱାରକା ନଗରୀ ଯାହାର ପୁରାତନ ନାମ କୁଶସ୍ଥଳୀ ତାହାର କିଛି ଦୂରରେ ଏକ ପର୍ବତ ଦେଖା ଯାଇଛି ଯାହାର ନାମ ମଦ୍ରାଞ୍ଚଳ ପର୍ବତ । ପୌରାଣିକ କଥା ଅନୁଯାୟୀ ସମୁଦ୍ର ମନ୍ଥନ ସମୟରେ ଯେଉଁ ପର୍ବତ ଜରିଆରେ ସମୁଦ୍ର ମନ୍ଥନ ହୋଇଥିଲା ଏହା ସେହି ପର୍ବତ ଭଳି ପ୍ରତୀତ ହେବାରୁ ତାହା ବିଷୟରେ ରିସର୍ଚ୍ଚ କରାଯାଇଥିଲା । ପରେ ଯେତେବେଳେ ଏହା ଜଣା ପଡ଼ିଲା ଯେ ଦ୍ୱାରକା ନିକଟରେ ହିଁ ସମୁଦ୍ର ମନ୍ଥନ ହୋଇଥିଲା ସେଥିରୁ ଏହା ନିଶ୍ଚିତ ହେଲା ଯେ ମଦ୍ରାଞ୍ଚଳ ପର୍ବତ ହିଁ ସେହି ପର୍ବତ ଯାହାକି ଏକ ପ୍ରକାରର ସ୍ୱତନ୍ତ୍ର ଗ୍ରାନାଇଟ ରେ ତିଆରି । ସେଥିରେ ଏକ ନାଗ ସାପ ସ୍ୱରୂପ ଚିହ୍ନ ବି ରହିଛି । ତେଣୁ ସେଥିରୁ ଏହା ଜଣା ପଡ଼ିଲା ଯେ ଦ୍ଵାରିକା ନିକଟରେ ହିଁ ସମୁଦ୍ର ମନ୍ଥନ ହୋଇଥିଲା ।

ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଆସେନୋଗ୍ରାଫି ଅନୁଯାୟୀ ସେହି ଦ୍ୱାରକା ନଗରୀର ଏକ ଅଂଶ ଏବେ ବି ସମୁଦ୍ର ଭିତରେ ରହିଛି । ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ମଥୁରା ରୁ ବାହାରି ଦ୍ୱାରକା ରେ ପହଞ୍ଚିଲେ ସେଠାରେ କିଛିବି ନଥିଲା । ପରେ ଭଗବାନ ଶ୍ରୀକୃଷ୍ଣ ଙ୍କ ଦ୍ଵାରା ଏକ ନୂଆ ନଗରୀର ନିର୍ମାଣ ହେଲା । ତେବେ ବର୍ତ୍ତମାନ ଏହି ପ୍ରଶ୍ନ ଉଠୁଛି ଯେ ଦ୍ୱାରକା ନଷ୍ଟ ହେବା ପଛରେ କାରଣ କଣ ?

ଦ୍ୱାରକା ନଗରୀ ର ଅବଶେଷ ସର୍ବ ପ୍ରଥମେ ବାୟୁସେନା ରେ କାର୍ଯ୍ୟରତ ଲୋକେ ଦେଖିଥିଲେ । ପରେ ରିସର୍ଚ୍ଚ ପରେ ତାହାର କାରଣ ଜଣା ପଡ଼ିଥିଲା । ଦ୍ୱାରକା କୁ କାଳ୍ପନିକ ନଗର କୁହାଯାଉଥିଲା । କିନ୍ତୁ ଏହାକୁ ସତ କରି ଦେଖାଇ ଥିଲେ ଆର୍କିଓଲୋଜିଷ୍ଟ ପ୍ରଫେସର ଏସ ଆର ରାଓ । ସେ ତାଙ୍କ ଟିମ ସହିତ ରିସର୍ଚ୍ଚ ପରେ ଦ୍ୱାରକା ର ଅବଶେଷ ଏବଂ ଅନ୍ୟାନ୍ୟ ପୁରାତନ ଜିନିଷ ମିଳିଥିଲା । ସେଠାରେ ସିନ୍ଧୁ ସଭ୍ୟତା ମଧ୍ୟ ମିଳିଥିଲା ।

Leave A Reply

Your email address will not be published.