Latest Odisha News

BREAKING NEWS

ଚୀନରେ ଭୟଙ୍କର ଭାବେ ବ୍ୟାପିବାରେ ଲାଗିଛି ଅଜଣା ରୋଗର ସଂକ୍ରମଣ: ଡାକ୍ତରଖାନାରେ ମିଳୁନି ଜାଗା

ବେଜିଂ: ମିଷ୍ଟ୍ରିୟସ ନିମୋନିଆ । ନିଦ ହଜାଇ ଦେଇଛି ଏହି ଭୟଙ୍କର ରୋଗ । ପୁଣି ଥରେ ମନରେ ଛନକା ପଶିଛି । କରୋନା ପରି ଏ ରୋଗ ଜୀବନଧାରାକୁ ପୁଟି ଅଟକାଇ ଦେବନି ତ ?   ଚୀନରେ ଭୟଙ୍କର ଭାବେ ବ୍ୟାପିବାରେ ଲାଗିଛି ଅଜଣା ରୋଗର ସଂକ୍ରମଣ । ଲଙ୍ଗସରେ ଯନ୍ତ୍ରଣା ଏବଂ ନିଃଶ୍ୱାସ ନେବାରେ ସମସ୍ୟା ସାଙ୍ଗକୁ ଜ୍ୱର । ଏସବୁ ସମସ୍ୟା ସହ ଲଢୁଛନ୍ତି ଉତ୍ତରପୂର୍ବ ଚୀନର ଲିୟାଓନିଂ ପ୍ରାନ୍ତର ପିଲାମାନେ  । ସଂକ୍ରମଣ ଏତେ ମାତ୍ରାରେ ବଢିଯାଇଛି ଯେ ଡାକ୍ତରଖାନାରେ ବେଡର ଅଭାବ ଦେଖା ଦେଲାଣି । ପରିସ୍ଥିତିକୁ ଦେଖି ସ୍କୁଲ ଛୁଟି କରି ଦିଆଯାଇଛି । ଯେଉଁ ଇଲାକାରେ ଏହି ରୋଗ ବ୍ୟାପିବାରେ ଲାଗିଛି ତାହା ବେଜିଂଠାରୁ ୭୦୦ କିଲୋମିଟର ଦୂର ।  ଏପରକି ବେଜିଂରେ ଏପରି କେସ ଦେଖା ଦେଲାଣି । ତେବେ ଏହି ରୋଗର ପ୍ରଭାବ ବେଶି ଲିୟାଓନିଂରେ ବେଶି ଦେଖିବାକୁ ମିଳୁଛି ।

ଚୀନରେ ଦେଖା ଦେଇଥିବା ଏହି ଅଜଣା ରୋଗ କିଛି ମାତ୍ରାରେ ନିମୋନିଆ ପରି । ହେଲେ ଏହାର ସଂକ୍ରମଣର ପ୍ରଭାବ ନିମୋନିଆଠାରୁ ଢେର ଅଧିକ । ଏହି ରୋଗ ବିଶେଷ କରି ପିଲାମାନଙ୍କୁ ହେଉଥିବା ଦେଖିବାକୁ ମିଳିଛି । ତେବେ ଭୟ ହେଉଛି, ଏହି ରୋଗ କାଳେ ମହାମାରୀ ପରି ବ୍ୟାପି ଯିବ । କାରଣ ୨୦୧୯ରେ ବୁହାନରେ ଏମିତି ସ୍ଥିତି ଦେଖିବାକୁ ମିଳିଥିଲା ଏବଂ କରୋନା ନାମରେ ସାରା ବିଶ୍ୱକୁ ଗ୍ରାସ କରିଥିଲା ।

ଏହି ରହସ୍ୟମୟୀ ରୋଗ ସାମ୍ନାକୁ ଆସିବା ପରେ ଚୀନ ଉପରେ ସନ୍ଦେହ ପୁଣି ବଢିଛି । କରୋନା ପରି କୌଣସି ମେଡିସିନର ପ୍ରଭାବ ଯୋଗୁ ଏହି ରୋଗ ବ୍ୟାପୁନି ତ ! କାରଣ କୋଭିଡ-୧୯ ସଂକ୍ରମଣ ଉପରେ ହୋଇଥିବା ଏକ ଅଧ୍ୟୟନରୁ ସ୍ପଷ୍ଟ ହୋଇଛି, ବୁହାନର ଏକ ଲାବରୁ କରୋନା ବ୍ୟାପିଥିଲା । ତେଣୁ ଏବେ ସମାନ ପ୍ରଶ୍ନ ସମସ୍ତଙ୍କ ମନରେ । ଏହି ରହସ୍ୟମୟୀ ନିମୋନିଆ ଚୀନର କେଉଁ ପରୀକ୍ଷାଗାରରୁ ପୁଣି ବାହାରିନି ତ ?

Leave A Reply

Your email address will not be published.