Latest Odisha News

୫୪ ବର୍ଷ ପରେ ଠିକଣାରେ ପହଞ୍ଚିଲା ଚିଠି

ନୂଆଦିଲ୍ଲୀ: ହଜିଗଲାଣି ଚିଠିର ଠିକଣା । ଅନେକ ଡାକଘରେ ତାଲ ପଡିଗଲାଣି । ଅଳସ ସଞ୍ଜବେଳେ ଆଜିକାଲି କେହି  ଆଉ ଡାକବାଲାକୁ   ଅପେକ୍ଷା କରୁନାହାନ୍ତି । ଭିଡିଓ କଲିଂ, ଚାଟିଂ, ମେଲିଂ ଭିତରେ ସମ୍ପର୍କ ଯେତିକି ପାଖେଇ ଆସୁଛି ମାନସିକ ଭାବେ ସେତିକି ଦୂରେଇ ଯାଉଛି । ଏମିତି ଏକ ସମୟରେ ଆସି ପହଞ୍ଚିଲା ଏକ ଚିଠି ।  ଖୋଲାମେଲା…ପୋଷ୍ଟକାର୍ଡ ଚିଠି । ଆଜି ବା କାଲିର ନୁହେଁ, ଦୀର୍ଘ ୫୪ ବର୍ଷ ତଳର ଏକ ଚିଠି । ଦୀର୍ଘ ବର୍ଷ ପରେ ଏହି ଚିଠିକୁ ମିଳିଥିଲା ଠିକ ଠିକଣା । ସୋସିଆଲ ମିଡିଆରେ ଏମିତି ଏକ ଘଟଣାର ସେୟାର କରିଛନ୍ତି ଜେସିକା ମିନ୍ସ ନାମ୍ନୀ ଜଣେ ମହିଳା ।

ସୋସିଆଲ ମିଡିଆରେ ଏହି ଘଟଣାକୁ ସେୟାର କରି ଜେସିକା ଲେଖିଛନ୍ତି, ଏହି ଚିଠିର ରହସ୍ୟ ସେ ବୁଝି ପାରୁନାହାନ୍ତି । ଏହି ଚିଠିଟି ୧୫ ମାର୍ଚ୍ଚ ୧୯୬୯ରେ ପୋଷ୍ଟ କରାଯାଇଥିଲା । ହେଲେ ଏହାକୁ ଠିକଣାରେ ପହଞ୍ଚିବାକୁ ୫୪ ବର୍ଷ ଲାଗିଗଲା । ପୋଷ୍ଟକାର୍ଡରେ ଲେଖା ଯାଇଥିବା ଏହି ଚିଠିରେ ଠିକଣାରେ ଲେଖା ଯାଇଥିଲା, ମିଷ୍ଟର/ମିସେସ ରେନେ ଗଗନନ । ହେଲେ ତା ତଳକୁ ଲେଖାଯାଇଛି କରେଣ୍ଟ ରେସିଡେଣ୍ଟ । ଏହି ଚିଠିରେ ତାହ୍ଲାସୀ ଫ୍ଲୋରିଡାର ଜୁଲାଇ ୧୨, ୨୦୨୩ର ପୋଷ୍ଟମାର୍କ ଥିଲା । ତେବେ ଏସବୁ ଏବେ ଜାଣିଜାଣି ଲେଖାଯାଇଥିବା ଜେସିକା କହିଛନ୍ତି ।

ସୋସିଆଲ ମିଡିଆରେ ସେ ଏହି ଚିଠିଟିର ବାର୍ତ୍ତା ସେୟାର କରିଛନ୍ତି  । ଚିଠିଟି କିଏ କାହାକୁ ଲେଖିଛି ଯଦିଓ ସ୍ପଷ୍ଟ ହୋଇନାହିଁ ତେବେ ଏଥିରେ ଲୋକମାନଙ୍କୁ ସମ୍ବୋଧନ କରି ଲେଖାଯାଇଛି । ଏଥିରେ ସମ୍ବୋଧନରେ ଉଲ୍ଲେଖ ରହିଛି-‘ପ୍ରିୟ ଲୋକ, ଏହି ଚିଠିକୁ ଆପଣ ଯେତେବେଳେ ପାଇବେ, ସେତେବେଳକୁ ମୁଁ ଘରକୁ ଆସି ସାରିଥିବି । ତେବେ ଏହାକୁ ଟୁର ଏଫିଲକୁ ପଠାଇବା ଠିକ ହେବ । ସେଠାରେ ମୁଁ ଏବେ ଅଛି । ବେଶି ଦେଖିବାର ସୁଯୋଗ ତ ନାହିଁ, କିନ୍ତୁ ମଜା ଲାଗୁଛିା’

ଚିଠିଟି ପାଇବାର ୨ ଦିନ ପେର ଜେସିକା ସେୟାର କରିଛନ୍ତି । ସେ ଏହି ଚିଠିକୁ କିଏ କାହିଁକି ପଠେଇଛି ବୁଝଛି ପାରୁନାହାନ୍ତି । ତେବେ ଏହି ରହସ୍ୟ ଭେଦ କରିବା ପାଇଁ ସେ ନିବେଦନ କରିଛନ୍ତି ।

 

Comments are closed.