Latest Odisha News

BREAKING NEWS

ପୁଣି ଚର୍ଚ୍ଚାରେ ବ୍ୟାଡମିଂଟନ ଖେଳାଳି ସୟେଦ ମୋଦୀଙ୍କ ହତ୍ୟାକାଣ୍ଡ

ଲକ୍ଷ୍ନୌ: ଭାରତର ପ୍ରତିଷ୍ଠିତ ଓ ଲୋକପ୍ରିୟ ବ୍ୟାଡମିଂଟନ ଖେଳାଳି ସୟେଦ ମୋଦିଙ୍କ ହତ୍ୟାକାଣ୍ଡ ଏବେ ପୁନର୍ବାର ଚର୍ଚ୍ଚାର କାରଣ ସାଜିଛି । ବୁଧବାର ହତ୍ୟା ଅଭିଯୁକ୍ତ ଭାଗୱତୀ ସିଂଙ୍କ ଆଜୀବନ ସଜ୍ଜା ବିରୋଧରେ କରାଯାଇଥିବା ଆବେଦନକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି । ବିଚାରପତି ରମେଶ ସିହ୍ନା ଓ ସରୋଜ ଯାଦବଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଶୁଣାଣୀ କରିଛନ୍ତି ।
କଣ ଥିଲା ପୂରା ମାମଲା: ୨୮ ଜୁଲାଇ ୧୯୮୮ରେ କେଡି ସିଂ ବାବୁ ଷ୍ଟାଡିୟମରୁ ଅଭ୍ୟାସ ସାରି ସୟେଦ ମୋଦି ଫେରୁଥିବା ବେଳେ ତାଙ୍କ ଉପରକୁ ବାଇକରେ ଆସିଥିବା ଦୁଇ ଆତତାୟୀ ୮ ରାଉଣ୍ଡ ଗୁଳି ଚାଳନା କରିଥିଲେ । ମୋଦି ତଳେ ପଡି ଛଟପଟ ହେଉଥିବା ବେଳେ ତାଙ୍କୁ ଡାକ୍ତରଖାନା ନିଆ ଯାଇଥିଲା ଏବଂ ସେଠାରେ ସେ ମୃୃତ୍ୟୁବରଣ କରିଥିଲେ । ୮ଥର ଜାତୀୟ ଚାମ୍ପିୟନ ଏହି ଖେଳାଳିଙ୍କ ହତ୍ୟା ସାରା ଦେଶରେ ଆଲୋଡନ ସୃଷ୍ଟି କରିଥିଲା । ମାତ୍ର ୨୮ ବର୍ଷ ବୟସରେ ସେ ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ୱର୍ଣ୍ଣ ପଦକ ଜିତିବା ସହ ଦେଶର ଏକ ନମ୍ବର ଖେଳାଳି ପ୍ରକାଶ ପାଦୁକୋନଙ୍କୁ ହରାଇ ଲୋକପ୍ରିୟ ହୋଇ ପଡିଥିଲେ । ୧୯୭୮ରେ ଜାତୀୟ ଜୁନିୟର ଚାମ୍ପିୟନଶିପ ଅବସରରେ ମୋଦି ଏବଂ ଅମିତା କୁଲକର୍ଣ୍ଣିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ୧୯୮୪ରେ ଉଭୟଙ୍କ ବିବାହ ହୋଇଥିଲା । ଏହା ପରେ ଅମେଠି ରାଜା, କଂଗ୍ରେସ ଏମପି ସଂଜୟ ସିଂଙ୍କ ସହ ଅମିତାଙ୍କ ସମ୍ପର୍କ ମୋଦିଙ୍କୁ ଚିନ୍ତାରେ ପକାଇଥିଲା । ଗାନ୍ଧୀ ପରିବାରର ନିକଟତର ଏବଂ ରାଜୀବ ଗାନ୍ଧୀଙ୍କ ସାଙ୍ଗ ସଂଜୟଙ୍କ ସମ୍ପର୍କ ଆଗରେ ମୋଦି ଭୟଭୀତ ହୋଇ ପଡିଥିଲେ । କ୍ୟାରିୟର ପାଇ ଅମିତା ମାଆ ହେବାକୁ ମନା କରୁଥିଲେ । ୧୯୮୭ରେ ସେ ମାଆ ହେବା ଖବର ଯେତେବେଳେ ମୋଦିଙ୍କୁ ଜଣାଇଥିଲେ । ମୋଦି କିନ୍ତୁ ତାଙ୍କୁ ସନ୍ଦେହ କରିଥିଲେ । ୧୯୮୮ରେ ମୋଦିଙ୍କ ଝିଅ ହୋଇଥିଲା ଏବଂ ଏହାର ୨ ମାସ ପରେ ତାଙ୍କୁ ହତ୍ୟା କରାଯାଇଥିଲା ।

ଚାପ ଯୋଗୁ ଏହି ହତ୍ୟାକାଣ୍ଡର ତଦନ୍ତ ସିବିଆଇ କରିଥିଲା । ଏଥିରେ ୭ଜଣ ଅଭିଯୁକ୍ତ ହୋଇଥିଲେ ସେମାନେ ହେଲେ- ସଞ୍ଜୟ ସିଂ, ଅମିତା ମୋଦି, ଜିତେନ୍ଦ୍ର ସିଂ, ଭଗବତୀ ସିଂ, ଅଖିଳେଶ ସିଂ, ବାହାଦୂର ସିଂ, ବଲଇ ସିଂ । ଏମାନଙ୍କ ମଧ୍ୟରେ ସଞ୍ଜୟ, ଅମିତା ଓ ଅଖିଳେଶ ହତ୍ୟା ଯୋଜନା ପ୍ରସ୍ତୁତ କରିଥିବା ବେଳେ ଅନ୍ୟ ୪ଜଣ ହତ୍ୟା କରିଥିଲେ । ୧୯୯୦ ଉପଯୁକ୍ତ ପ୍ରମାଣ ଅଭାବରୁ ସଞ୍ଜୟ ଓ ଅମିତାଙ୍କୁ କୋର୍ଟ କେସରୁ ଅଲଗା କରି ଦେଇଥିଲେ । ଏହା ପରେ ଅଖିଳେଶ ସିଂ ମଧ୍ୟ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିଲେ । ରାମ ଜେଠମାଲାନୀ ଏହି କେସ ସୟେଦଙ୍କ ବିପକ୍ଷରେ ଲଢ଼ିଥିଲେ ।

Leave A Reply

Your email address will not be published.