Latest Odisha News

ଆକାଶ ହୋଇଗଲା ଗୋଲାପୀ, ଲୋକେ ଭୟଭୀତ

ବ୍ରିଟେନ୍‌: ସୋସିଆଲ ମିଡ଼ିଆରେ ଆମେ ଅଜବ ଜିନିଷ ସବୁ ଦେଖିବାକୁ ପାଇଥାଉ । ଆଖିରେ ଦେଖିଲେ ବି ବିଶ୍ୱାସ କରିବା କଷ୍ଟକର ହୋଇପଡ଼େ । ଏବେ ଠିକ୍ ସେମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହେବା ସହ ଭୟଭୀତ ହୋଇପଡ଼ିଛନ୍ତି । ଏହି ଭିଡ଼ିଓରେ ଆକାଶର ରଙ୍ଗ ସମ୍ପୂର୍ଣ୍ଣ ଗୋଲାପୀ ରଙ୍ଗର ହୋଇଯାଇଥିବା ଦେଖିବାକୁ ମିଳିଛି ।

ପ୍ରକୃତିର ସୌନ୍ଦର୍ଯ୍ୟ ଦେଖିଲେ ଲୋକେ ଖୁସି ହୋଇଯାଆନ୍ତି । ପ୍ରକୃତିର ସୌନ୍ଦର୍ଯ୍ୟକୁ ନେଇ କବି ଓ ଗାଳ୍ପିକ ଅନେକ କବିତା ଓ ଗପ ଲେଖିଛନ୍ତି । ନିକଟରେ ଆକାଶରେ ପ୍ରକୃତିର ଏକ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଥିଲା । ଯାହାର ଫଟୋ ଓ ଭିଡ଼ିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଏଥିରେ ଆକାଶର ରଙ୍ଗ ଗୋଲାପୀ ହୋଇଯାଇଥିବା ଦେଖିବାକୁ ମିଳୁଛି । ଏହି ରହସ୍ୟମୟ ଦୃଶ୍ୟ ବ୍ରିଟେନରେ ଦେଖିବାକୁ ମିଳିଛି ।

ଏହି ଦୃଶ୍ୟକୁ ଦେଖିବା ପରେ ଲୋକେ ଭୟଭୀତ ହୋଇଯାଇଛନ୍ତି । ଆଉ କିଛି ପ୍ରକୃତିର ଗୋଲପୀ ଆକାଶର ଦୃଶ୍ୟକୁ ନିଜ ନିଜ କ୍ୟାମେରାରେ କଏଦ କରି ନେଇଛନ୍ତି । ଏହି ଘଟଣା ଅକ୍ଟୋବର ୧୯ ତାରିଖରେ କେଣ୍ଟର ଥାନେଟ ଅଞ୍ଚଳରେ ଦେଖିବାକୁ ମିଳିଥିଲା । ତେବେ ଏହା ପ୍ରଥମ ଘଟଣା ନୁହେଁ, ଅଷ୍ଟ୍ରେଲିଆର ଉତ୍ତର ଭିକ୍ଟୋରିଆନ୍ ସହର ମିଲ୍ଡୁରାରେ ମଧ୍ୟ ଗତବର୍ଷ ଆକାଶର ରଙ୍ଗ ଦେଖୁ ଦେଖୁ ବଦଳିଯାଇଥିଲା । ନୀଳ ଓ ଧଳା ରଙ୍ଗରୁ ହୋଇଯାଇଥିଲା ଗୋଲାପୀ । ଆକାଶର ଏହି ରଙ୍ଗ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଲୋକଙ୍କୁ ଲାଗିଥିଲା ଯେ ଏହା ବୋଧେ ହୁଏ ଏଲିୟନ୍‌ଙ୍କ ଆକ୍ରମଣ । ଏହାକୁ କିଛି ଲୋକ ସାଇନ୍ସ ଫିକ୍ସନ୍ ବୋଲି ମଧ୍ୟ କହିଥିଲେ ।

Comments are closed.