Latest Odisha News

BREAKING NEWS

ଉତ୍ତରପ୍ରଦେଶରେ ଓଡ଼ିଆ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ମୀର୍ଜାପୁର: ଉତ୍ତରପ୍ରଦେଶରେ ଜଣେ ଓଡ଼ିଆ ଯୁବକଙ୍କର ସନ୍ଦେହଜନକ ମୃତ୍ୟୁ । ମୃତ ଯୁବକଙ୍କ ନାମ ହେଉଛି ଜୀବନନ୍ଦୁ ରଥ । ତାଙ୍କ ବୟସ ୩୫ ବର୍ଷ ହୋଇଥିବା ବେଳେ ତାଙ୍କ ଘର ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ୍‌ ଅନ୍ତର୍ଗତ ଗୁରୁଜାଙ୍ଗୁଲି ଗ୍ରାମରେ ବୋଲି ଜଣାପଡିଛି।

ପ୍ରାପ୍ତ ସୂଚନାନୁସାରେ, ଜୀବନନ୍ଦୁ ଉତ୍ତରପ୍ରଦେଶର ମୀର୍ଜାପୁର ଠାରେ ଥିବା ଶାନ୍ତିଗୋପାଳ କନକାଷ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ । ମାର୍କେଟିଂ କରି ଫେରିବା ସମୟରେ ତାଙ୍କ ଉପରକୁ ଚାରି ଜଣ ଦୁର୍ବୃତ୍ତ ଗୁଳି ଚାଳନା କରିଥିଲେ ।

ଘଟଣାସ୍ଥଳରେ ଜୀବନନ୍ଦୁଙ୍କ ମୃତ୍ୟୁ ହୋଇଥିଲା। ସେ ବାପା ମା’ଙ୍କ ଏକମାତ୍ର ପୁତ୍ର ଥିଲେ । ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । କାହିଁକି କେଉଁ କାରଣରୁ ତାଙ୍କୁ ହତ୍ୟା କରାଗଲା ସେନେଇ କୌଣସି ସ୍ପଷ୍ଟତା ମିଳିନାହିଁ।

Comments are closed.