Latest Odisha News

BREAKING NEWS

ନବ ଦାସ ହତ୍ୟା ମାମଲା: ଘୁଞ୍ଚିଲା ଅଭିଯୁକ୍ତ ଗୋପାଳର ମାନସିକ ସ୍ଥିତି ଯାଞ୍ଚ ଶୁଣାଣି

ଝାରସୁଗୁଡା: ଝାରସୁଗୁଡ଼ା ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ନବ ଦାସ ହତ୍ୟା ମାମଲାରେ ଏକ ସଂଶୋଧିତ ଆବେଦନ ଦାଖଲ କରାଯାଇଛି। ଅଭିଯୁକ୍ତ ଗୋପାଳ ଦାସକୁ ବାଙ୍ଗାଲୋରର ନିମହାନ୍ସ ନେବା ପାଇଁ ସଂଶୋଧିତ ଆବେଦନ ଜରିଆରେ ଅନୁମତି ମାଗିଛି ତଦନ୍ତକାରୀ ଟିମ୍। ଫେବୃଆରୀ 27ରେ ଏହି ଶୁଣାଣି ହେବ ବୋଲି ସ୍ଥିର ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହି ଆବେଦନର ଶୁଣାଣି ତାରିଖ ଘୁଞ୍ଚାଇ ଦେଇଛନ୍ତି ଜିଲ୍ଲା ଦୌରାଜଜ କୋର୍ଟ। ମାର୍ଚ୍ଚ 1ରେ ମାମଲାର ଶୁଣାଣି ହେବ ବୋଲି ସୂଚନା ରହିଛି।

ଝାରସୁଗୁଡାର ତଳ କୋର୍ଟ ଏପରି ଆବେଦନକୁ ଖାରଜ କରିଦେବା ପରେ କ୍ରାଇମବ୍ରାଞ୍ଚ ଟିମ୍ ଜିଲ୍ଲା କୋର୍ଟରେ ତଳ କୋର୍ଟର ରାୟକୁ ଚ୍ଯାଲେଞ୍ଜ କରି ସଂଶୋଧିତ ଆବେଦନ କରିଛି।

ସଂଶୋଧିତ ଆବେଦନରେ କ୍ରାଇମବ୍ରାଞ୍ଚ କୋର୍ଟଙ୍କୁ ଗୋପାଳକୁ ତିନି ସପ୍ତାହ ପାଇଁ ନିମାହନ୍ସ ନେବା ପାଇଁ ନିର୍ଦ୍ଦେଶ ଦେବାକୁ ଅନୁମତି ମାଗିଛି। ଏଥିସହ ଜେଲ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛି। ତଦନ୍ତ ସହ ଜଡ଼ିତ ଜଣେ ଅଧିକାରୀ କହିଛନ୍ତି, ଯେହେତୁ ଏହା ପୁଲିସ ହେପାଜତ ପାଇଁ ଆବେଦନ ନୁହେଁ, ତେଣୁ ଆମେ ଆଶା କରୁଛୁ କୋର୍ଟ ଅନୁମତି ଦେବେ।

ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଚାରି ଜଣିଆ ଟିମର ପରାମର୍ଶ କ୍ରମେ ତାଙ୍କୁ ନିମହାନ୍ସ ସ୍ଥାନାନ୍ତର ପାଇଁ ସ୍ୱତନ୍ତ୍ର ଅନୁମତି ଦେବାକୁ ତଦନ୍ତକାରୀ ଟିମ୍ ନିବେଦନ କରିଛି। ଗୋପାଳଙ୍କ ମାନସିକ ସ୍ୱାସ୍ଥ୍ୟ ବିଷୟରେ ଏକ ସୁନିଶ୍ଚିତ ସିଦ୍ଧାନ୍ତ ନେବା ପାଇଁ ଅଭିଯୁକ୍ତର ବିସ୍ତୃତ ପରୀକ୍ଷା ଆବଶ୍ୟକ ବୋଲି ତଦନ୍ତକାରୀ ଟିମ୍ ଅନୁଭବ କରିଛି।

 

Comments are closed.