Latest Odisha News

BREAKING NEWS

ନବ ଦାସ ହତ୍ୟା ମାମଲା, କ୍ରାଇମ ସ୍ପଟ୍‌ରେ କ୍ରାଇମବ୍ରାଞ୍ଚ ଟିମ୍‌ର ଅନୁଧ୍ୟାନ

ଝାରସୁଗୁଡା: ନବ ଦାସ ହତ୍ୟା ମାମଲାରେ ଚାଲିଛି କ୍ରାଇମବ୍ରାଞ୍ଚର ଖୋଳତାଡ଼ । କ୍ରାଇମ ସ୍ପଟ୍‌ରେ କ୍ରାଇମବ୍ରାଞ୍ଚ ଟିମ୍‌ ଅନୁଧ୍ୟାନ ଆରମ୍ଭ କରିଛି । ବ୍ରଜରାଜନଗର ଗାନ୍ଧୀ ଛକରେ କ୍ରାଇମ ସ୍ପଟ୍‌ ଦେଖି ତଦନ୍ତ କରିଛି ଟିମ୍‌ । ସେପଟେ ଗତକାଲି ଝାରସୁଗୁଡ଼ା ସରବାହାଲ ବାସଭବନରେ ନବଙ୍କ ପତ୍ନୀ ମୀନତି, ଝିଅ ଦୀପାଳି ଏବଂ ପୁଅ ବିଶାଲ ଦାସଙ୍କୁ ତଦନ୍ତକାରୀ ଦଳ ପଚରାଉଚରା କରିଥିବାବେଳେ ମୀନତିଙ୍କୁ ୩ ଘଣ୍ଟା ପଚରା ଉଚରା କରିଛି କ୍ରାଇମ୍‌ବ୍ରାଞ୍ଚର ୨ ଜଣିଆ ଦଳ।

ସେହିପରି ଝାରସୁଗୁଡା ବିମାନ ବନ୍ଦରର କର୍ମଚାରୀଙ୍କୁ ଘଟଣାଦିନ ନବଙ୍କୁ ଭୁବନେଶ୍ବର ପଠାଯିବା ବେଳର ଘଟଣାକ୍ରମ ବିଷୟରେ ପଚାରିବା ଲାଗି ବିମାନବନ୍ଦର ନିର୍ଦେଶକଙ୍କୁ ଚିଠି ପ୍ରଦାନ କରିଛି କ୍ରାଇମ୍‌ବ୍ରାଞ୍ଚ। ସରବାହାଲସ୍ଥିତ ବାସଭବନରେ ପହଞ୍ଚି ସ୍ବର୍ଗତ ନବଙ୍କ ପତ୍ନୀ ମିନତିଙ୍କୁ ୯ଟା ୨୦ରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ପଚରାଉଚରା କରିଥିଲେ। ପାଖାପାଖି ସାଢ଼େ ୩ ଘଣ୍ଟା ଧରି ମିନତିଙ୍କ ବୟାନ ରେକର୍ଡ କରିଥିଲେ।

ତେବେ ଗତକାଲି ମିନତି, ବିଶାଲ ଏବଂ ଦୀପାଳି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ପାଇଁ ଭୁବନେଶ୍ବର ଆସିଥିଲେ। ମୀନତି ଦାସ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତାଙ୍କ ସ୍ୱାମୀଙ୍କ ହତ୍ୟାକାଣ୍ଡର ତଦନ୍ତ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ଆଲୋଚନା ସମୟରେ ତାଙ୍କ ଝିଅ ତଥା ପୂର୍ବତନ ବିଧାୟିକା ଦୀପାଳି ଦାସ ଓ ପୁତ୍ର ବିଶାଳ ଦାସ ମଧ୍ୟ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ୨୦୨୩ ଜାନୁଆରୀ ୨୯ରେ ବ୍ରଜରାଜନଗର ଗାନ୍ଧି ଛକଠାରେ ନବ  ଦାସଙ୍କୁ ଗୁଳି କରାଯାଇଥିଲା । ଘଟଣାରେ ଗାନ୍ଧି ଛକ ଫାଣ୍ଡିର ଏଏସ୍‌ଆଇ ଗୋପାଳ  ଦାସଙ୍କୁ ପୁଲିସ୍‌ ଗିରଫ କରିଥିଲା

Leave A Reply

Your email address will not be published.