Latest Odisha News

୪୬ ଦେଶ ବିପକ୍ଷରେ ଖେଳି ବିଜୟ ହାସଲ କରିବା ରେକର୍ଡ କଲେ ମହମ୍ମଦ ନବୀ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆରେ ଆଫଗାନିସ୍ତାନ ଐତିହାସିକ ବିଜୟ ହାସଲ କରିଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏହା ଆଫଗାନିସ୍ତାନର ପ୍ରଥମ ବିଜୟ । ଏହା ବ୍ୟତୀତ ଦଳର ସିନିୟର ଖେଳାଳି ମହମ୍ମଦ ନବୀ ମଧ୍ୟ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ପ୍ରଥମ ଖେଳାଳି ଭାବେ ୪୬ ଦେଶ ବିପକ୍ଷରେ ଖେଳି ବିଜୟ ହାସଲ କରିବା ଟିମର ସଦସ୍ୟ ରହିଛନ୍ତି । ନବୀ ଏ ପର୍ଯ୍ୟନ୍ତ ତ୍ରିନିଦାଦ ଆଣ୍ଡ ଟବାଗୋ, ଆମେରିକା, ଭୁଟାନ, ମାଲଡୀଭ, ବାର୍ବାଡୋସ, ୟୁଗାଣ୍ଡା, ବରମୁଡା, ଆୟର୍ଲାଣ୍ଡ, ସ୍କଟଲାଣ୍ଡ, ନାମ୍ବିଆ, ନେଦରଲାଣ୍ଡ, କାନାଡା, କେନିୟା, ହଂକଂ, ୟୁଏଇ, ଜିମ୍ବାୱେ, ୱେଷ୍ଟଇଣ୍ଡିଜ, ନେପାଳ, ଶ୍ରୀଲଙ୍କା, ବାଂଲାଦେଶ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ, ଡେନମାର୍କ, ବାହାରୀନ, ମାଲେସିଆ, ସାଉଦିଆରବ, କୁଏଟ, କାତାର, ଇରାନ, ଥାଇଲାଣ୍ଡ, ଜାପାନ, ବାହାମାସ, ବୋତ୍ସୱାନା, ଜର୍ସି, ଫିଜି, ତାଞ୍ଜାନିଆ, ଇଟାଲୀ, ଆର୍ଜେଂଟିନା, ପାପୁଆ ନିଉ ଗିନି, କେମେନ, ଓମାନ, ଚୀନ, ସିଙ୍ଗାପୁର, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବା ସହ ଦଳ ପକ୍ଷରୁ ବିଜୟ ସ୍ୱାଦ ଚାଖିଛନ୍ତି ।

ଆଫଗାନିସ୍ତାନ ଆନ୍ତର୍ଜାତୀୟସ୍ତରରେ ତାର ପ୍ରଭାବ ଛାଡିବା ଆରମ୍ଭ କରିଛି । ୨୦୨୩ ବିଶ୍ୱକପରେ ଇଂଲଣ୍ଡକୁ ହରାଇବା ପରେ ଟି୨୦ ବିଶ୍ୱକପରେ ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା ।

Leave A Reply

Your email address will not be published.