Latest Odisha News

BREAKING NEWS

ଅଷ୍ଟ୍ରେଲିଆନ ଓପନ ଟେନିସ: ନାଡାଲ, ନାଓମିଙ୍କ ପ୍ରତ୍ୟାବର୍ତନ

ମେଲବୋର୍ଣ୍ଣ: ସ୍ପେନର ଷ୍ଟାର ଟେନିସ ଖେଳାଳି ରାଫେଲ ନାଡାଲ ଅଷ୍ଟ୍ରେଲିଆ ଓପନ ୨୦୨୪ ଖେଳିବା ସ୍ପଷ୍ଟ ହୋଇଛି । ଅଷ୍ଟ୍ରେଲିଆ ଓପନ ୱେବସାଇଟରେ ସମସ୍ତ ଅଂଶଗ୍ରହଣକାରୀ ଖେଳାଳିଙ୍କ ତାଲିକା ପ୍ରକାଶ କରାଯାଇଛି । ଜାପାନର ନାଓମି ଓସାକା ମଧ୍ୟ ଏହି ସଂସ୍କରଣରେ ଖେଳିବେ । ଜାନୁୟାରୀ ୧୪ରୁ ଏହା ଆରମ୍ଭ ହେବ ଏବଂ ୨୮ରେ ଫାଇନାଲ ମ୍ୟାଚ ଖେଳାଯିବ । ଏହି ଟୁର୍ଣ୍ଣାମେଂଟରେ ୨୦୦ ଖେଳାଳି ଅଂଶଗ୍ରହଣ କରୁଛନ୍ତି । ୨୨ ଗ୍ରାଣ୍ଡସ୍ଲାମ ଜିତିଥିବା ନାଡାଲଙ୍କୁ ୨୦୨୩ ଅଷ୍ଟ୍ରେଲିଆନ ଓପନର ଦ୍ୱିତୀୟ ରାଉଣ୍ଡରେ ମ୍ୟାକେଞ୍ଜି ମ୍ୟାକଡୋନାଲ୍ଡ ୬-୪, ୬-୪ ଓ ୭-୫ ସିଧାସଳଖ ସେଟରେ ପରାସ୍ତ କରିଥିଲେ । ଏହା ପରେ ସେ ଆଘାତ ସମସ୍ୟାରେ ପଡିଥିଲେ ଏବଂ ଅନ୍ୟ କୌଣସି ଟୁର୍ଣ୍ଣାମେଂଟରେ ଅଂଶଗ୍ରହଣ କରି ନ ଥିଲେ ।

୩୭ ବର୍ଷୀୟ ନାଡାଲ ଅଷ୍ଟ୍ରେଲିଆନ ଓପନ ପୂର୍ବରୁ ବ୍ରିସବେନ ଇଂଟରନ୍ୟାଶନାଲ ଟେନିସ ଟୁର୍ଣ୍ଣାମେଂଟରେ ଅଂଶଗ୍ରହଣ କରିବେ । ଏହା ୩୧ ଡିସେମ୍ବରରୁ ଆରମ୍ଭ ହେବ । ଅପରପକ୍ଷରେ ୪ଥର ଗ୍ରାଣ୍ଡସ୍ଲାମ ବିଜେତା ଓସାକା ୨୦୨୨ ପରଠାରୁ କୌଣସି ମ୍ୟାଚ ଖେଳି ନାହାନ୍ତି । ସେ ମାଆ ହେବା ପରେ ଏଥିରୁ ଦୂରେଇ ରହିଥିଲେ । ୨୦୧୯ ଓ ୨୦୨୩ରେ ସେ ଅଷ୍ଟ୍ରେଲିଆନ ଓପନ ଟାଇଟଲ ଜିତିଥିଲେ ।

Comments are closed.