Latest Odisha News

BREAKING NEWS

ଖେଳୁଆଡ ମନୋଭାବ: ତ୍ରିରଙ୍ଗା ସହ ଫଟୋ ଉଠାଇଲେ ନୀରଜ, ନଦୀମ

ନୂଆଦିଲ୍ଲୀ: ଖେଳାଳିମାନଙ୍କ ନିଜସ୍ୱ ଏକ ଦୁନିଆ ଅଛି । ସେମାନେ କେବଳ ଖେଳ, ଦକ୍ଷତା ଏବଂ ଖେଳୁଆଡ ମନୋଭବକୁ ପସନ୍ଦ କରିଥାନ୍ତି । ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପରେ ଏହା ପୁନର୍ବାର ପ୍ରମାଣିତ ହୋଇଛି । ଭାରତ ଏବଂ ପାକିସ୍ତାନ ସମ୍ପର୍କ କାହାକୁ ବା ଅଛପା ରହିଛି । ତେବେ ଏ ସବୁ ସତ୍ୱେ ନୀରଜ ଚୋପ୍ରା ଓ ଅର୍ଶାଦ ନଦୀମଙ୍କ ମନୋବୃତି ଅନେକ ପ୍ରଶ୍ନ ସୃଷ୍ଟି କରିଛି । ନୀରଜ ସ୍ୱର୍ଣ୍ଣ ଏବଂ ନଦୀମ ରୌପ୍ୟ ପଦକ ଜିତିଥିଲେ । ସମସ୍ତେ ନିଜ ନିଜ ଜାତୀୟ ପତାକା ସହ ଉପସ୍ଥିତ ଥିଲେ । ନଦୀମଙ୍କ ପାଖରେ ତାଙ୍କ ଦେଶର ପତାକା ନ ଥିଲା । ଏହା ଦେଖି ନୀରଜ ତାଙ୍କ ପାଖକୁ ଡାକିଥିଲେ । ଏହା ପରେ ଉଭୟ ଏକତ୍ର ତ୍ରିରଙ୍ଗା ସହ ଫଟୋ ଉଠାଇଥିଲେ । ନଦୀମ ମଧ୍ୟ ଏ ନେଇ କୌଣସି ସଙ୍କୋଚ କରି ନ ଥିଲେ ।

ଏହାର ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ୨୦୨୦ ଅଲିମ୍ପିକ୍ସରେ ନୀରଜଙ୍କ ଜାଭେଲିନ ମିଳି ନଥିଲା । ପରେ ଏହା ନଦୀମଙ୍କ ପାଖରେ ଥିବା ଦେଖିବାକୁ ମିଳିଥିଲା । ଏ ନେଇ ପ୍ରଶଂସକମାନେ ନକାରାତ୍ମକ ଟିପ୍ପଣୀ ଦେଇଥିଲେ । ନୀରଜ ଏହି ଘଟଣାରେ ନ ଜାଣି ନ ଶୁଣି କିଛି ବୟାନ ଦେବାକୁ ପ୍ରଶଂସକମାନଙ୍କୁ ଅନୁରୋଧ କରିଥିଲେ ।

Leave A Reply

Your email address will not be published.