Latest Odisha News

BREAKING NEWS

ହରିୟାଣାର ଆଇଏନ୍ଏଲଡି ଅଧ୍ୟକ୍ଷଙ୍କୁ ଗୁଳିକରି ହତ୍ୟା

ନୂଆଦିଲ୍ଲୀ: ଭାରତୀୟ ଜନତା ଲୋକ ଦଳ(ଆଇଏନ୍ଏଲଡି) ହରିୟାଣା ଅଧ୍ୟକ୍ଷ ନାଫେ ସିଂହ ରାଠୀଙ୍କୁ ଆଜ୍ଞାତ ଆକ୍ରମଣୀ ଗୁଳି କରି ହତ୍ୟା କରିଛନ୍ତି । ସେ ହରିୟାଣାର ଇଜ୍ଜର ବହାଦୂରଗଡ଼ ଯାଉଥିବା ବେଳେ ଏକ କାରରେ ଆସି ଆକ୍ରମଣକାରୀ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ।

ଏନେଇ ଆଇଏନ୍ଏଲଡି ନେତା କହିଛନ୍ତି,‘‘ ରାଠୀଙ୍କୁ ଗୁଳି କରାଯାଇଛି । ତାଙ୍କ ଜୀବନ ପ୍ରତି ବିପଦ ଥାଇ ମଧ୍ୟ ରାଜ୍ୟ ସରକାର ତାଙ୍କୁ ସୁରକ୍ଷା ଦେବାରେ ବିଫଳ ହେଇଛନ୍ତି ।  ତେଣୁ ମୁଖ୍ୟମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ଇସ୍ତଫା ଦିଅନ୍ତୁ ।

ଇଜ୍ଜର ଏସପି ଅର୍ପିତ ଜୈନ କହିଛନ୍ତି,‘‘ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି ।  ଆମେ ଗୁଳି ବିନିମୟ ନେଇ  ସୂଚନା ପାଇଛୁ । ସିଆଇଏ ଓ ଏସଟିଏଫ ଦଳ ତଦନ୍ତ କରୁଛନ୍ତି । ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ ।’’

କଂଗ୍ରେସ ନେତା ଭୂପେନ୍ଦର ସିଂ ହୁଡା କହିଛନ୍ତି,‘‘ ହରିୟାଣାରେ ଆଇଏନ୍ଏଲଡି ରାଜ୍ୟ ସଭାପତି ନାଫେ ସିଂହ ରାଠୀଙ୍କୁ ଗୁଳି କରି ହତ୍ୟା କରିବା ଖବର ଅତ୍ୟନ୍ତ ଦୁଃଖ ଦାୟକ । ଏହା ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ  ଦର୍ଶାଉଛି । ଏହି ଘଟଣା ପରେ ସ୍ପଷ୍ଟ ହୋଇଯାଇଛି ଯେ  ଏଠାରେ ଆଇନ ବ୍ୟବସ୍ଥା ଢିଲା ହୋଇଯାଇଛି ।  ରାଜ୍ୟରେ କେହି ନିଜକୁ ସୁରକ୍ଷିତ ନାହାନ୍ତି । ଦିବଗଂତ ଆତ୍ମାଙ୍କୁ ମୋର ଶ୍ରଦ୍ଧାଞ୍ଜଳି ଏବଂ ତାଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଉଛି । ଇଶ୍ୱର ନିକଟରେ ପ୍ରାର୍ଥନା କରୁଛି ତାଙ୍କ ପରିବାର ଲୋକଙ୍କୁ ଶକ୍ତି ପ୍ରଦାନ କରନ୍ତୁ ।’’

ଆଇଏନ୍ଏଲଡି ମିଡିଆ ସେଲ୍ ଦାୟିତ୍ୱରେ ଥିବା ରାକେଶ ସିହାଗଙ୍କ ସୂଚନା ଅନୁସାରେ, ନାଫେ ସିଂହ ରାଠୀଙ୍କ ବେକ ଓ ଅଣ୍ଟାରେ ଗୁଳି ବାଜିଥିଲା । ନାଫେ ସିଂହ ରାଠି ତାଙ୍କ ଫର୍ଚୁନ କାରରେ ଯାତ୍ରା କରୁଥିବା ବେଳେ ଆକ୍ରମଣ କାରୀମାନେ ଆଇ ୨୦ କାରରେ ଆସିଥିଲେ ।

Leave A Reply

Your email address will not be published.