Latest Odisha News

ଦ୍ୱିତୀୟ ବିବାହ କରିବେ ନାଗା ଚୈତନ୍ୟ

ମୁମ୍ବାଇ: ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତ ସାଉଥ୍ ସୁପରଷ୍ଟାର ନାଗା ଚୈତନ୍ୟ । ଏବେ ସେ ଦ୍ୱିତୀୟ ବିବାହ କରିବେ ବୋଲି ଚର୍ଚ୍ଚା ଜୋର ଧରିଛି । ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଝିଅଙ୍କୁ ବିବାହ କରିବେ ବୋଲି ସୂଚନା ମିଳିଛି । ଚଳିତବର୍ଷ ଶେଷକୁ ସେ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଜଣାପଡ଼ିଛି । ଏ ପର୍ଯ୍ୟନ୍ତ ସେହି ଝିଅଙ୍କ ବାବଦରେ କୌଣସି ସୂଚନା ମିଳିନାହିଁ । ହେଲେ ସେ ଗ୍ଲାମରସ୍ ଦୁନିଆରୁ ବହୁତ ଦୂରରେ ଥିବା ଜଣାପଡ଼ିଛି ।

BjdElectrycity

ନାଗା ୨୦୧୭ ମସିହାରେ ସାମନ୍ଥା ରୁଥ୍ ପ୍ରଭୁଙ୍କୁ ବିବାହ କରିଥିଲେ । ଏହା ପୂର୍ବରୁ ଦୁହେଁ ଦୁହିଁଙ୍କୁ କିଛି ବର୍ଷ ଧରି ଡେଟ୍ କରିଥିଲେ । ଏହାପରେ ୨୦୨୧ରେ ଉଭୟଙ୍କ ଛାଡ଼ପତ୍ର ହୋଇଥିଲା । ଛାଡ଼ପତ୍ର ପରେ ନାଗା ଅଭିନେତ୍ରୀ ଶୋଭିତା ଧୂଲିପାଲାଙ୍କୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ହେଉଥିଲା । ୨୦୦୯ରେ ସେ ଅଭିନୟ ଦୁନିଆରେ ପାଦ ଥାପିଥିଲେ । ଏହାପରେ ସେ ଅନେକ ସିନେମା ଦର୍ଶକଙ୍କୁ ଭେଟି ଦେଇସାରିଲେଣି । ଶେଷ ଥର ପାଇଁ ତାଙ୍କୁ ଫିଲ୍ମ ‘କଷ୍ଟଡି’ରେ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.