Latest Odisha News

BREAKING NEWS

ନାଗ ପଞ୍ଚମୀରେ ନାଗ ଦେବତାଙ୍କ ପୂଜା

ରାୟଗଡା : ଆଜି ହେଉଛି ନାଗୁଲ ଚର୍ତୁଥିରେ ନାଗଦେବତାଙ୍କ ପୂଜା । ରାୟଗଡାର ଗଳି କନ୍ଦିରେ ରହିଥିବା ଉଇହୁଙ୍କା ମୂଳରେ ଲୋକଙ୍କ ପ୍ରବଳ ଭିଡ  ଏହି ଦିନ ନାଗ ଦେବତାଙ୍କ ହୁଙ୍କା ନିକଟକୁ ଯାଇ ଫୁଲ,ଚନ୍ଦନ,ଦୀପ ଧୂପ ଦେଇ ପୂଜାର୍ଚନା କରିଥାନ୍ତି । କେବଳ ସେତିକି ନୁହେଁ ନାଗ ଦେବତାଙ୍କୁ  କ୍ଷୀର, ଅଣ୍ଡା, ଚାଉଳ ଚୁନାରେ ନିର୍ମିତ ନାଗ ପ୍ରତିମୂର୍ତ୍ତି ଇତ୍ୟାଦି ହୁଙ୍କା ମଧ୍ୟକୁ ଭର୍ତ୍ତି କରିଥାନ୍ତି ।

ହୁଙ୍କାରେ ପୂଜାର୍ଚନା ସରିବା ପରେ କିଛି ମାଟି ଆଣି ମଥାରେ ଓ କାନରେ ଧାରଣ କରାଯାଇଥାଏ । ଏଭଳି ଧାରଣ କରିବା ଦ୍ୱାରା କାନ ରୋଗରୁ ଦୁରେଇ ରହିବା ସହିତ କାନ ରୋଗରେ ଆକ୍ରାନ୍ତ ରୋଗି ମୁକ୍ତ ହେବା ନେଇ ଅଗାଢ଼ ବିଶ୍ୱାସ ରହିଛି । ଏଣୁ ନାଗ ଚତୁର୍ଥିକୁ ଲୋକେ ବିଶ୍ୱାସ କରି ମହା ଆଡମ୍ବର ସହକାରେ ଭକ୍ତିର ସହ ନାଗ ଦେବତାଙ୍କୁ ପୂଜାର୍ଚନା କରିଥାନ୍ତି ଶ୍ରଦ୍ଧାଳୁ ମାନେ ।

Comments are closed.