ପୁରୀ: ଆସନ୍ତାବର୍ଷ ମଧ୍ୟ ହୋଇପାରେ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ । ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ ୨୦୨୧ ରେ ମଧ୍ୟ ପଞ୍ଚୁକ ଛଅ ଦିନ ପଡୁଥିବାରୁ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦେଖିବାକୁ ମିଳିବ । ହେଲେ ଆସନ୍ତାବର୍ଷ ଏହି ବେଶ କେଉଁ ଦିନ ହେବ, ତାହା ନୂଆ ପାଞ୍ଜି ଆସିବା ପରେ ଜଣାପଡିବ।
୧୯୯୩ ଏବଂ ୧୯୯୪ ମସିହାରେ ଲଗାତର ଭାବେ ଯେଉଁଭଳି ମହାପ୍ରଭୁ ଦୁଇଥର ନାଗାର୍ଜୁନ ବେଶରେ ଦର୍ଶନ ଦେଇଥିଲେ, ସେହିଭଳି ଯୋଗ ଆଗକୁ ଫିଟିବାର ସମ୍ଭାବନା ରହିଛି। ଚଳିତବର୍ଷ ଆସନ୍ତା ୨୭ତାରିଖରେ ରତ୍ନ ସିଂହାସନରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ। କରୋନା କଟକଣା ପାଇଁ ଶ୍ରୀମନ୍ଦିର ବନ୍ଦ ରହୁଥିବାରୁ ଏଥର ନାଗାର୍ଜୁନ ବେଶରୁ ବଞ୍ଚିତ ହେବେ ଭକ୍ତ ।
Comments are closed.