Latest Odisha News

BREAKING NEWS

ତେଲେଙ୍ଗାନା ମନ୍ତ୍ରୀଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କଲେ ନାଗାର୍ଜୁନ

ଚେନ୍ନାଇ: ସାଉଥ୍ ସୁପରଷ୍ଟାର ନାଗା ଚେତନ୍ୟ ଓ ସାମନ୍ଥାଙ୍କ ବିବାହ ବିଚ୍ଛେଦକୁ ନେଇ ତେଲେଙ୍ଗାନା ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ବିବାଦ ଲାଗି ରହିଛି। ଏହା ମଧ୍ୟରେ ନାଗା ଚେତନ୍ୟଙ୍କ ବାପା ନାଗାର୍ଜୁନ ଆକ୍କିନେନି ତେଲେଙ୍ଗାନା ମନ୍ତ୍ରୀ ତଥା କଂଗ୍ରେସ ନେତା କୋଣ୍ଡା ସୁରେଖାଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଛନ୍ତି।

ଏନେଇ ନାଗାର୍ଜୁନ କହିଛନ୍ତି ଯେ ସର୍ବସାଧାରଣ ମଞ୍ଚରେ ମନ୍ତ୍ରୀ ନାଗାର୍ଜୁନ ଏବଂ ତାଙ୍କ ପରିବାର ବିଷୟରେ ଅପମାନଜନକ ମନ୍ତବ୍ୟ ଦେଇଥିଲେ। ଯାହାକୁ ନେଇ ସେ ମାନହାନି ମକଦ୍ଦମା ଦାୟର କରିଛନ୍ତି।

ଉଲ୍ଲେଖଯୋଗ୍ୟ, କୋଣ୍ଡା ସୁରେଖା ନାଗା ଚେତନ୍ୟ ଓ ସାମନ୍ଥାଙ୍କ ବିବାହ ବିଚ୍ଛେଦ ପଛରେ ବରିଷ୍ଠ ବିଆରଏସ ନେତା କେ.ଟି ରାମା ରାଓଙ୍କୁ ଦାୟୀ କରିଥିଲେ। ଯାହା ପରେ ବିବାଦ ଘନେଇଥିଲା। ପରବର୍ତ୍ତୀ ସମୟରେ ନିଜ ମନ୍ତବ୍ୟକୁ ପ୍ରତ୍ୟାହାର କରିବା ସହ କାହା ଭାବନାକୁ ଆଘାତ ଦେବା ତାଙ୍କର ଉଦ୍ଦେଶ୍ଯ ନଥିଲା ବୋଲି କହିଥିଲେ ତେଲେଙ୍ଗାନା ମନ୍ତ୍ରୀ କୋଣ୍ଡା ସୁରେଖା।

 

Comments are closed.