Latest Odisha News

BREAKING NEWS

ଥାନା ଭିତରେ ପୋଲିସ ବାବୁଙ୍କ ନାଗିନ୍ ଡ୍ୟାନ୍ସ, ଭିଡିଓ ଭାଇରାଲ୍

ପାଣିକୋଇଲି: ଯାଜପୁର ଜିଲ୍ଲା ପାଣିକୋଇଲି ଥାନାର ପୋଲିସ ବାବୁ ମାନେ ନାଗିନ୍ ଡ୍ୟାନ୍ସ କରୁଥିବା ଭଳି ଭିଡିଓ ଭାଇରାଲ୍ ହେବାରେ ଲାଗିଛି।

ସୂଚନା ଅନୁଯାୟୀ ଉକ୍ତ ଭିଡିଓରେ ୟୁନିଫର୍ମ ପିନ୍ଧିଥିବା ଜଣେ ମହିଳା ପୋଲିସ କର୍ମଚାରୀଙ୍କ ସମେତ ୪ ଜଣ ପୋଲିସ ଅଧିକାରୀ ଥାନା ଭିତରେ ନାଚୁଛନ୍ତି। ହୋଲି ଅବସରରେ ଏଭଳି କରାଯାଉଥିବା ଜଣାପଡିଛି।

ଅପରପକ୍ଷେ ହୋଲି ପାଳନ ନେଇ ସରକାର କଟକଣା ଜାରି କରିଥିବା ବେଳେ ପୋଲିସ ଅଧିକାରୀ ମାନେ ତଦାରଖ କରୁଥିଲେ। ହେଲେ ଥାନା ଭିତରେ ପୋଲିସ ଅଧିକାରୀ ମାନେ ନିଜେ ହୋଲି ପାଳି ନାଚୁଛନ୍ତି। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଯିବା ସହ ତଦନ୍ତ ଦାବି ହୋଇଛି।

Leave A Reply

Your email address will not be published.