Latest Odisha News

BREAKING NEWS

ଅମିତାଭଙ୍କ ପରେ ଅମୀରଙ୍କ ସହ ଫିଲ୍ମ କରିବା ନେଇ ଆଗ୍ରହ ପ୍ରକାଶ କଲେ ଝୁଣ୍ଡ ନିର୍ଦ୍ଦେଶକ

ମୁମ୍ବାଇ: ଅମିତାଭ ବଚ୍ଚନ ଅଭିନୀତ ଝୁଣ୍ଡ ଫିଲ୍ମ ପ୍ରତି ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି । ଏପରି କି ଅମିତାଭଙ୍କ ଭଲ ଫିଲ୍ମ ମଧ୍ୟରେ ଏହା ଗୋଟିଏ ହେବ ବୋଲି ସମୀକକ୍ଷମାନେ କହିଛନ୍ତି । ୩ଥର ଜାତୀୟ ଫିଲ୍ମ ପୁରସ୍କାର ବିଜେତା ନାଗରାଜ ମଂଜୁଲେ ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଥିଲେ । ଝୁଣ୍ଡ ପରେ ସେ ଅମୀର ଖାଁଙ୍କ ସହ ଫିଲ୍ମ କରିବା ନେଇ ଆଗ୍ରହ ପ୍ରକାଶ କରିଛନ୍ତି । ଅମୀର ମଧ୍ୟ ଝୁଣ୍ଡ ଫିଲ୍ମକୁ ଭୂୟସୀ ପ୍ରଶଂସା କରିଥିଲେ । ଖୁବ ଶୀଘ୍ର ଏହାର ଚୂଡାନ୍ତ ରୂପରେଖା ପ୍ରସ୍ତୁତ କରାଯିବ ବୋଲି ମଂଜୁଲେ କହିଛନ୍ତି ।

ସୂଚନାଯୋଗ୍ୟ, ଝୁଣ୍ଡରେ ଅମିତାଭ ଏକ ସ୍ପୋର୍ଟ୍ସ ଟିଚର ଭୂମିକା କରିଥିଲେ । ଅବସର ପରେ ସେ ବସ୍ତିର ପିଲାମାନଙ୍କୁ ଫୁଟବଲ ଶିଖାଇଥିଲେ । ଏହା ପରର ଗିତିବିଧିକୁ ନେଇ ଫିଲ୍ମ ଆଧାରିତ । ଫିଲ୍ମକୁ ଟିସିରିଜ, ତାଣ୍ଡବ ଫିଲ୍ମ ଏଂଟରଟେନମେଂଟସ ଓ ଅଟପଟ ଫିଲ୍ମ ପ୍ରଡକ୍ସନ ପ୍ରସ୍ତୁତ କରିଛନ୍ତି ।

Comments are closed, but trackbacks and pingbacks are open.