ଭୁବନେଶ୍ବର: ଶୀତ ଋତୁରେ ନଖ ଭାଙ୍ଗିବାର ମୁଖ୍ୟ କାରଣ ହେଉଛି ଥଣ୍ଡା ଏବଂ ଶୁଷ୍କ ପରିବେଶରେ ଆର୍ଦ୍ରତା ଅଭାବ | ଯେଉଁଥିପାଇଁ ଚର୍ମ ଏବଂ ନଖ ଶୁଖିଯାଏ | ଏହି ଶୁଷ୍କତା ନଖକୁ ଦୁର୍ବଳ କରାଏ ଓ ଯାହା ସହଜରେ ଭାଙ୍ଗିଯାଏ | ଏହା ବ୍ୟତୀତ ଲୋକମାନେ ଶୀତଦିନେ କମ୍ ପାଣି ପିଅନ୍ତି, ଯାହା ଦ୍ବାରା ଶରୀର ଭିତରେ ଏବଂ ବାହାରେ ପାଣିର ଅଭାବ ଦେଖାଯାଏ । ଏହା ନଖ ଉପରେ ମଧ୍ୟ ପ୍ରଭାବ ପକାଇଥାଏ | ଏପରି ପରିସ୍ଥିତିରେ, ଯଦି ଆପଣଙ୍କ ବି ନଖ ଭାଙ୍ଗି ଯାଉଛି ତେବେ ଆପଣ କିଛି ଉପଚାର ଆପଣେଇ ସେଗୁଡ଼ିକର ଯତ୍ନ ନେଇପାରିବେ ।
-ଶୀତ ଋତୁରେ ଆପଣଙ୍କ ନଖ ଏବଂ ଚର୍ମରେ ଭଲ ଭାବରେ ମଶ୍ଚରାଇଜର ଲଗାନ୍ତୁ | ଏଥିପାଇଁ ନଡ଼ିଆ ତେଲ, ଅଲିଭ୍ ତେଲ କିମ୍ବା ଭିଟାମିନ୍-ଇ ଥିବା କ୍ରିମ୍ ବ୍ୟବହାର କରନ୍ତୁ | ଶୋଇବା ପୂର୍ବରୁ ନଖରେ ତେଲ ଲଗାନ୍ତୁ ଏବଂ ହାଲୁକା ଭାବରେ ମାଲିସ୍ କରନ୍ତୁ |
-ନଖଗୁଡିକ ଦୀର୍ଘ ସମୟ ପର୍ଯ୍ୟନ୍ତ ପାଣିରେ ଓଦା ହେଇ ରହିଲେ ଅତ୍ୟଧିକ ନଖ ଭାଙ୍ଗିବାର ସମସ୍ୟା ହୁଏ | ତେଣୁ, ଏହି ଋତୁରେ ନଖକୁ ପାଣିରେ ବେଶୀ ସମୟ ଓଦା ରଖନ୍ତୁ ନାହିଁ |ବାସନ ଧୋଇବା କିମ୍ବା ଘର କାମ କରିବା ସମୟରେ ଗ୍ଲୋଭସ୍ ପିନ୍ଧନ୍ତୁ |
-ଶୀତ ଋତୁରେ ସର୍ବଦା ନଖକୁ କାଟନ୍ତୁ | ନଖ କାଟିବା ପାଇଁ ଭଲ ଗୁଣବତ୍ତା ନେଲ୍ କ୍ଲିପର୍ ବ୍ୟବହାର କରନ୍ତୁ, ଯାହା ଦ୍ବାରା ଆପଣଙ୍କର ନଖ ଖରାପ ହେବ ନାହିଁ | ଏହା ସହିତ ନଖ କାମୁଡ଼ିବା ଅଭ୍ୟାସ ମଧ୍ୟ ଛାଡି ଦିଅନ୍ତୁ ।
-ଏହି ଶୀତ ଋତୁରେ, ନଖରେ ବାରମ୍ବାର ନେଲପଲିସ୍ ରିମୁଭର୍ ବ୍ୟବହାର କରନ୍ତୁ ନାହିଁ, ବିଶେଷ ଭାବେର ଯଦି ଏଥିରେ ଏସିଟୋନ୍ ଥାଏ | ରାସାୟନିକ ଦ୍ରବ୍ୟ ବଦଳରେ ସର୍ବଦା ପ୍ରାକୃତିକ ଦ୍ରବ୍ୟ ବ୍ୟବହାର କରନ୍ତୁ, ଯାହାଫଳରେ ଏହା ନଖ ଉପରେ ଖରାପ ପ୍ରଭାବ ପକାଇବ ନାହିଁ |
-ଶୀତଦିନେ ଭିଟାମିନ୍ ଡି ଅଭାବ ସାଧାରଣ ହୋଇଯାଏ, କାରଣ ସୂର୍ଯ୍ୟ କିରଣ କମ୍ ଥାଏ | ଏହା ସହିତ, ଯଦି ଖାଦ୍ୟରେ ବାୟୋଟିନ୍, ପ୍ରୋଟିନ୍ ଏବଂ ଅନ୍ୟାନ୍ୟ ଜରୁରୀ ପୋଷକତତ୍ତ୍ୱର ଅଭାବ ଥାଏ, ତେବେ ନଖ ଦୁର୍ବଳ ହୋଇପାରେ | ତେଣୁ, ପୁଷ୍ଟିକର ଖାଦ୍ୟ ଖାଆନ୍ତୁ |