Latest Odisha News

BREAKING NEWS

ମଦମୁକ୍ତ ବିହାରରେ ପୁଣି ମଦମୃତ୍ୟୁ ଅଭିଯୋଗ

ବିହାର : ମଦମୁକ୍ତ ବିହାରରେ ପୁଣି ମଦମୃତ୍ୟୁ ଅଭିଯୋଗ । ନୀତୀଶ କୁମାରଙ୍କ ସରକାରରେ ପୁଣି ଲାଗିଲା କଳଙ୍କ । ବିହାର ନାଳନ୍ଦା ଜିଲ୍ଲା ସୌହସରାୟ ଥାନା ଅଞ୍ଚଳରେ ବିଷାକ୍ତ ମଦ ପିଇ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଅନ୍ୟ ଦୁଇ ଜଣ ଗୁରୁତର ହୋଇ ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ମୃତକ ହେଲେ ଭଗୋ ମିସ୍ତ୍ରୀ, ମନା ମିସ୍ତ୍ରୀ, ଧର୍ମେନ୍ଦ୍ର ଓ କାଳୀଚରଣ ମିସ୍ତ୍ରୀ ।

ବିଷାକ୍ତ ମଦପାନ ପରେ ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ସହ ଜୀବନ ଯାଇଥିବା ଅଭିଯୋଗ ହୋଇଛି । ତେବେ ପ୍ରଶାସନ ପକ୍ଷରୁ ମଦମୃତ୍ୟୁ ନେଇ କୌଣସି ସ୍ପଷ୍ଟୀକରଣ ଦିଆଯାଇନି । ଖବର ପାଇଁ ସଦର ଡିଏସପି ଓ ଥାମନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସେହିପରି ମାନପୁର ଥାନା ଆଞ୍ଚଳରେ ମଧ୍ୟ ୨ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଚର୍ଚ୍ଚା ହେଉଛି ।

Comments are closed, but trackbacks and pingbacks are open.