Latest Odisha News

BREAKING NEWS

ଟି୨୦ ବିଶ୍ୱକପ: ଆୟର୍ଲାଣ୍ଡକୁ ହରାଇ ସୁପର ୧୨ରେ ପ୍ରବେଶ କଲା ନାମ୍ବିଆ

ଶାରଜା: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ଶୁକ୍ରବାର ଆୟର୍ଲାଣ୍ଡ ବିପକ୍ଷରେ ନାମ୍ବିଆ ଐତିହାସିକ ବିଜୟ ହାସଲ କରି ସୁପର ୧୨ରେ ପ୍ରବେଶ କରିଛି । ନାମ୍ବିଆ ପ୍ରଥମ ଥର ପାଇଁ ଟି୨୦ ବିଶ୍ୱକପର ମେନ ଇଭେଂଟରେ ପ୍ରବେଶ କରିବା ଗୌରବ ଅର୍ଜନ କରିଛି । ପ୍ରଥମେ ବ୍ୟାଟିଂ କରି ଆୟର୍ଲାଣ୍ଡ ଷ୍ଟ୍ରିଲିଙ୍ଗ (୩୮) ଓ କେଭିନ ଓବ୍ରେନଙ୍କ ୨୫ ରନ ସହାୟତାରେ ୨୦ ଓଭରରେ ୮ଉଇକେଟ ହରାଇ ୧୨୫ ରନ କରିଥିଲା ।

ଜବାବରେ ନାମ୍ବିଆ ୧୮.୩ ଓଭରରେ ୨ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲେ । ଅଧିନାୟକ ଏରାସମସ ଆକର୍ଷଣୀୟ ୫୩ ରନର ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ ।

Leave A Reply

Your email address will not be published.