ନୂଆଦିଲ୍ଲୀ: ଆଫ୍ରିକୀୟ ଦେଶ ନାମିବିଆ ଇତିହାସରେ ପ୍ରଥମ ଥର ପାଇଁ ଜଣେ ମହିଳା ରାଷ୍ଟ୍ରପତି ହୋଇଛନ୍ତି। ଦେଶର ପୂର୍ବତନ ଉପରାଷ୍ଟ୍ରପତି ତଥା ସ୍ଵୋପ ଦଳର ସଭାନେତ୍ରୀ ନେତୁମ୍ବୋ ନନ୍ଦୀ-ନଦୈତୱା ପ୍ରଥମ ମହିଳା ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି । ରିପୋର୍ଟ ଅନୁଯାୟୀ, ଗତକାଲି ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଘୋଷଣା କରାଯାଇଛି l ରାଷ୍ଟ୍ରପତି ହେବା ପାଇଁ 50 ପ୍ରତିଶତ ଭୋଟ୍ ଆବଶ୍ୟକ ଥିବା ବେଳେ ନିର୍ବାଚନରେ ସ୍ଵୋପ ଦଳକୁ 57 ପ୍ରତିଶତ ବୈଧ ଭୋଟ୍ ମିଳିଥିଲା l ନେତୁମ୍ବୋ ନନ୍ଦୀ-ନଦୈତୱା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ଆଇପିସିର ପ୍ରାର୍ଥୀଙ୍କୁ ପରାସ୍ତ କରି ଏହି ବଡ ବିଜୟ ହାସଲ କରିଛନ୍ତି l ନିକଟତମ ପ୍ରତିଦ୍ବନ୍ଦୀ ଇଟୁଲାଙ୍କୁ ମାତ୍ର 26 ପ୍ରତିଶତ ଭୋଟ୍ ପାଇଥିବା ବେଳେ ନେତୁମ୍ବୋ ନନ୍ଦୀ-ନଦୈତୱା 57 ପ୍ରତିଶତ ଭୋଟ ପାଇଥିଲେ ।
1990 ମସିହାରେ ନାମିବିଆ ଦକ୍ଷିଣ ଆଫ୍ରିକା ଠାରୁ ସ୍ୱାଧୀନତା ଲାଭ କରିଥିଲା। ସେହି ଦିନଠାରୁ ନେତୁମ୍ବୋ ନନ୍ଦୀ-ନଦୈତୱା ରାଜନୀତିରେ କ୍ରମାଗତ ଭାବରେ ସକ୍ରିୟ ଥିଲେ। ତେବେ ଏଥର ରାଷ୍ଟ୍ରପତି ନିର୍ବାଚନରେ ଜିତିବା ପରେ ସେ ଦଳକୁ ଅଧିକ ଶକ୍ତିଶାଳୀ ସ୍ଥିତିକୁ ନେଇଛନ୍ତି। ନିର୍ବାଚନରେ ପରାଜୟ ପରେ ବିରୋଧୀ ଦଳ ଆଇପିସି ନେତୁମ୍ବୋ ନନ୍ଦୀ-ନଦୈତୱାଙ୍କ ଉପରେ ନିର୍ବାଚନରେ ଠକେଇ କରିଥିବା ଅଭିଯୋଗ କରିଛି। ଭୋଟିଂ ତାରିଖକୁ ତିନି ଦିନ ବୃଦ୍ଧି କରାଯିବ ପଛରେ ନେତୁମ୍ବୋ ନନ୍ଦୀ-ନଦୈତୱାଙ୍କ ହାତ ଅଛି ବୋଲି କହିଛି ବିରୋଧୀ l ଏନେଇ କୋର୍ଟର ଦ୍ୱାରସ୍ଥ ହେବ ବୋଲି ଚେତାବନୀ ଦେଇଛି ବିରୋଧୀ ଆଇପିସି l
ରିପୋର୍ଟ ଅନୁଯାୟୀ, 72 ବର୍ଷିୟ ନେତୁମ୍ବୋ ନନ୍ଦୀ-ନଦୈତୱା ଦୀର୍ଘ ଦିନ ଧରି ରାଜନୀତିରେ ସକ୍ରିୟ ଥିଲେ। ସେ 1960 ଦଶକରେ ସ୍ଵୋପ ଦଳରେ ଯୋଗ ଦେଇଥିଲେ l ଏହା ପରେ ସେ ବୈଦେଶିକ ମନ୍ତ୍ରୀ ସମେତ ଅନେକ ବରିଷ୍ଠ ଭୂମିକା ଗ୍ରହଣ କରିଛନ୍ତି।