Latest Odisha News

BREAKING NEWS

ନନ୍ଦନକାନନରେ ଅସୁସ୍ଥ ବାଘ ‘ନନ୍ଦନ’

ଭୁବନେଶ୍ବର: ରୋଗରେ ପୀଡିତ ନନ୍ଦନକାନନର ଗେହ୍ଲା ‘ନନ୍ଦନ’ । ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୩୧ ନମ୍ବର ବାଘ ଖୁଆଡ଼ ଫିଡିଂ ଚାମ୍ବରରେ ରହୁଥିବା ଜଙ୍ଗଲୀ ବାଘ ‘ନନ୍ଦନ’ ରୋଗରେ ଆକ୍ରାନ୍ତ ହୋଇ ଅସୁସ୍ଥ ହୋଇପଡିଛି। ଅସୁସ୍ଥ କାରଣରୁ ଠିକ୍ ଭାବେ ଖିଆପିଆ ନ କରିବାରୁ ଗୋଟିଏ ସ୍ଥାନରେ ପଡ଼ି ରହିବା ସହ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି। ପ୍ରାଣୀଉଦ୍ୟାନ ଚିକିତ୍ସକଙ୍କ ଦ୍ବାରା ଚିକିତ୍ସା କରାଯାଉଥିଲେ ମଧ୍ୟ ସ୍ବାସ୍ଥ୍ୟରେ କୌଣସି ଉନ୍ନତି ହେଉନାହିଁ ବୋଲି ପ୍ରାଣୀ ବିଭାଗ ପକ୍ଷରୁ ସୂଚନା ମିଳିଛି । ଉନ୍ନତମାନର ଚିକିତ୍ସା ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ଭୁବନେଶ୍ବର ସ୍ବାସ୍ଥ୍ୟ କମିଟିଙ୍କର ପରାମର୍ଶ ଲୋଡ଼ିଛନ୍ତି।

୨୦୧୩ ମାର୍ଚ୍ଚ ୨୪ରେ ନନ୍ଦନକାନନ ଅଭୟାରଣ୍ୟରୁ ଏହି ବାଘ ପ୍ରାଣୀ ଉଦ୍ୟାନ ଭିତରକୁ ପଶି ଆସିଥିଲା। ପରବର୍ତ୍ତୀ ସମୟରେ ଏହି ବାଘର ନାମ ‘ନନ୍ଦନ’ ନାମରେ ନାମିତ କରାଯାଇ କେନ୍ଦ୍ରଓ ରାଜ୍ୟ ସରକାରଙ୍କ ଅନୁମତି କ୍ରମେ ସଂରକ୍ଷିତ ପ୍ରଜନନ ପାଇଁ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ରଖାଗଲା। ୨୦୧୬ ଏପ୍ରିଲ ୨୦ରେ ନନ୍ଦନକୁ ନନ୍ଦନକାନନରେ ଜନ୍ମିତ ବାଘୁଣୀ ‘ମେଘା’ ସହିତ ମିଳନ କରାଯାଇଥିଲା। ସେମାନଙ୍କ ଔରସରୁ ୨ଟି ଅଣ୍ଡିରା ବାଘ ଜନ୍ମ ହୋଇଥିଲେ। ୨୦୧୬ ଅକ୍ଟୋବର ୨୯ରୁ ଜଙ୍ଗଲୀ ବାଘ ନନ୍ଦନକୁ ପର୍ଯ୍ୟଟକଙ୍କୁ ପ୍ରଦର୍ଶିତ କରାଯାଉଛି।

Comments are closed.