Latest Odisha News

BREAKING NEWS

ନନ୍ଦନକାନନ ପ୍ରତିଷ୍ଠା ଦିବସ: ବାଘ, ସିଂହ ଓ ହାତୀ ଶାବକଙ୍କର ନାମକରଣ 

ଭୁବନେଶ୍ବର: ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୪ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ଉଦଘାଟିତ ହୋଇଛି ବଟନିକାଲ ଗାର୍ଡେନରେ ନବନିର୍ମିତ ବାଉଁଶ ଉଦ୍ୟାନ, ମୋଗଲ ଗାର୍ଡେନ । ଏହାସହ ନନ୍ଦନକାନନର ଓ୍ବାଲିଭ ଖୁଆଡ ଓ ଅଷ୍ଟ୍ରିଚ ଖୁଆଡ ମଧ୍ୟ ଉଦଘାଟନ କରାଯାଇଛି । କାସୁଆରୀ ପକ୍ଷୀ ପାଇଁ ସ୍ବତନ୍ତ୍ର ଏନକ୍ଲୋଜର ଲୋକାର୍ପିତ କରିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ।

ଏହାସହ ଗୋଟିଏ ସିଂହୀ ଓ ୨ଟି ବାଘୁଣୀର ଶାବକଙ୍କର ନାମକରଣ କରାଯାଇଛି । ବାଘୁଣୀ ଅଙ୍କିତାର ଶାବକ ନାମ ଶ୍ରୀ, ତୃପ୍ତି, ଜୟଶ୍ରୀ, ଅମିତ୍ ରଖାଯାଇଥିବା ବେଳେ ବାଘୁଣୀ ରୂପାର ଶାବକ ନାମ ଅମୃତା, ଶିବ ରଖାଯାଇଛି । ବିଜୁଳି ସିଂହୀର ଶାବକ ନାମ ଶ୍ରଦ୍ଧା, ରିମା, ଅନାମିକା, ଯୁବରାଜ ରଖାଯାଇଥିବା ବେଳେ ରେୱା ସିଂହୀର ଶାବକ ନାମ ମାୟା, ଶିବମ ରଖାଯାଇଛି । ସେହିପରି ହାତୀ ଶାବକ ନାମ ଅଭି, ଆଶା ରଖାଯାଇଛି ।

ଆଗାମୀ ଦିନରେ ଜଳଜ ଉଦ୍ଭିଦର ବିଭିନ୍ନ ପ୍ରଜାତିର ଜଳଜ ଘାସ, ଜଳମଗ୍ନ, ଭାସମାନ ଗାସ ଦେଖିପାରିବେ । ସେହିପରି ୪୪ପ୍ରକାର କଇଁ, ପଦ୍ମ ଆଦି ୨୨୫ ପ୍ରଜାତିର ଜଲଜ ଉଦ୍ଭିଦ ମୋଗଲ ଗାର୍ଡେନରେ ଦେଖିପାରିବେ ପର୍ଯ୍ୟଟକ । ୪.୪ ଏକର ଜାଗାରେ ବାଉଁଶ ଉଦ୍ୟାନ ନିର୍ମିତ କରାଯାଇଛି । ୭୦ ପ୍ରକାରର ବାଉଁଶ ଏହି ଉଦ୍ୟାନରେ ଦେଖିବାକୁ ମିଳିବ । ଏହାସହ ହାଇଦ୍ରାବାଦର ଏକ ଘରୋଇ ଫାର୍ମରୁ ଚିଡ଼ିଆଖାନାକୁ ଆସିଥିବା ବିରଳ ପ୍ରଜାତିର ୨ଟି ଓ୍ବାଲିଭ ଓ ୨ଟି ଲିଭିଙ୍ଗଷ୍ଟୋନ ଟୁରକେ ସ୍ବତନ୍ତ୍ର ଖୁଆଡ଼ରେ ଛଡାଯାଇଛି।

Comments are closed.