ଭୁବନେଶ୍ୱର: ଦିନକୁ ଦିନ ବଢ଼ିଚାଲିଛି କାରୋନା ଚିନ୍ତା । କରୋନା ମହାମାରୀରେ ସବୁଆଡେ ତାଲା ବନ୍ଦ। ରାସ୍ତା ଘାଟ ବି ଶୁନଶାନ୍ ହୋଇପଡିଛି । ସେପଟେ ଜୀବଜନ୍ତୁ ମାନଙ୍କ ସୁରକ୍ଷା ପାଇଁ ନନ୍ଦନକାନନ ବି ବାଦ ପଡିନି। ହେଲେ ଏହି ସମୟରେ ନନ୍ଦନକାନନରେ କିଛି ଖୁସିର ଦୃଶ୍ୟ ଦେଖିବାକୁ ମିଳିଛି। ଶୁନସାନ ଥିବା ନନ୍ଦନକାନନରେ ମାଆ ବାଘୁଣୀ ବିଜୟା ସହ ଖେଳ କୁଦରେ ମଜିଯାଇଛନ୍ତି ବାଘ ଛୁଆ । ମାଆ ପାଖେ ୩ଟି ସାଧାରଣ ରଙ୍ଗ ନାଲି ବାଘ ଛୁଆ ମସ୍ତି କରୁଥିବାର ଦେଖିବାକୁ ମିଳିଛି ।
କିଛି ଦିନ ହେଲା ବାଘ ଛୁଆଙ୍କ ଆଖି ଫିଟିଛି। ଚଲା ବୁଲା ବି କରିପାରିବ ସହ ସୁସ୍ଥ ମଧ୍ୟ ଅଛନ୍ତି । ନନ୍ଦନକାନନ ଏବେ ପଯ୍ୟଟକ ମାନଙ୍କ ପାଇଁ ବନ୍ଦ ରହିଛି । ତା ସହିତ ଏମାନେ କିଭଳି ଖୁଆଡ଼ର ଖୋଲା ଜାଗାରେ ବିଚରଣ କରିବେ ସେ ନେଇ କତୃପକ୍ଷ ଉଭୟ ମାଆ ଓ ଛୁଆକୁ ଏବେ ୩୪ ନମ୍ବର ବାଘ ଖୁଆଡ଼କୁ ଛାଡିଛନ୍ତି। ସେଠାରେ ଏବେ ଉଭୟ ମାଆ ଓ ଛୁଆ କୌତୁକ ହୋଇ ଖେଳୁ ଥିବାର ଦେଖିବାକୁ ମିଳିଛି। କେବଳ ବାଘ ଛୁଆ ନୁହେଁ ନନ୍ଦନକାନନରେ ଭାଲୁ ଛୁଆ ଗୁଡିକ ମଧ୍ୟ ଖୁବ ମଜା ମସ୍ତି କରୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି
ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି। ସେପଟେ ଗତ ମାସରେ ଖୋର୍ଦ୍ଧା ଓ ଗଙ୍ଗ ପଡାରୁ ଉଦ୍ଧାର କରାଯାଇଥିବା ଭାଲୁ ଛୁଆ ନନ୍ଦନକାନନରେ ଯତ୍ନର ସହିତ ପ୍ରତିପାଳିତ ହେଉଛନ୍ତି । ଏବେ ଲକ ଡାଉନ ସମୟରେ ସବୁଆଡେ ଶୁନଶାନ୍ ହୋଇଯାଇଥିବା ବେଳେ ସେମାନଙ୍କର ଖୁବ୍ ମସ୍ତି ଦେଖିବାକୁ ମିଳିଛି ।
Comments are closed.