ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଏଣିକି ନନ୍ଦନକାନନ ଗଲେ ଆଉ ଧାଡିରେ ଛିଡା ହେବାକୁ ପଡିବନି। କାରଣ ଏବେଠାରୁ ଆରମ୍ଭ ହୋଇଯାଇଛି ଡିଜିଟାଲ୍ ବୁକିଂ। ତାହା ପୁଣି ଗୋଟିଏ ମିନିଟରେ। ହ୍ବାଟସ୍ ଆପ୍ ଜରିଆରେ ଟିକେଟ କାଟିପାରିବେ ପର୍ଯ୍ୟଟକ। ଶନିବାର ଏକ କାର୍ଯ୍ୟକ୍ରମରେ ଅନଲାଇନ୍ ଟିକେଟ୍ ବୁକିଂ ସୁବିଧା ଉଦଘାଟନ କରିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ।
ହ୍ବାଟସ୍ ଆପ୍ କ୍ୟୁଆର୍ କୋର୍ଡରେ ସ୍କାନ କରି ଟିକେଟ କରିହେବ। ହ୍ବାଟସ୍ ଆପ୍ ବେସଡ୍ ଟୋକେଟ ବୁକିଂ ଉଦଘାଟନ କରିଛନ୍ତି ମନ୍ତ୍ରୀ ପ୍ରଦୀପ ଅମାତ। ନନ୍ଦନକାନନରେ ଏହି ଅତ୍ୟାଧୁନିକ ସେବା ଭାରତରେ ପ୍ରଥମ। ନନ୍ଦନକାନନ ପକ୍ଷରୁ ଏକ ହ୍ବାଟସ ଆପ୍ ନମ୍ବର ମଧ୍ୟ ଜାରି ହୋଇଛି। 7871844856 ନମ୍ବରରେ ମେସେଜ କରି ଟିକେଟ ବୁକିଂ କରିପାରିବେ ପର୍ଯ୍ୟଟକ। ୩ଟି ଭାଷାରେ ହ୍ୱାଷ୍ଟ ଆପରେ ଟିକେଟ ବୁକିଂ ହୋଇପାରିବ। ଟିକେଟର ସମୟସୀମା ରହିବ ଗୋଟିଏ ଦିନ ।
Comments are closed.