ମୁମ୍ବାଇ: ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କୁ ଆକ୍ରମଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ଅଭିଯୁକ୍ତ ଶରିଫୁଲ୍ ଇସଲାମ୍ ଶାହଜାଦଙ୍କୁ ଚିହ୍ନିବା ପାଇଁ ଗତକାଲି ପରିଚୟ ପରେଡ୍ କରିଥିଲା ମୁମ୍ବାଇ ପୋଲିସ । ପୋଲିସ ତଦନ୍ତ ଅନୁଯାୟୀ, ଶରିଫୁଲ୍ ଇସଲାମ୍ ଶାହଜାଦ ଡକାୟତି ଉଦ୍ଦେଶ୍ୟରେ ସୈଫ ଅଲ୍ଲୀ ଖାନଙ୍କ ବାନ୍ଦ୍ରାସ୍ଥିତ ବାସଭବନରେ ପ୍ରବେଶ କରିଥିଲେ ବୋଲି ଅଭିଯୋଗ ହୋଇଛି। ମାତ୍ର ସେଠାରେ ତା’ର ଅଭିନେତାଙ୍କ ସହ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା । ଫଳରେ ସୈଫଙ୍କ କବଳରୁ ବର୍ତ୍ତିବା ପାଇଁ ଅଭିନେତଙ୍କୁ ଛୁରୀରେ ଆକ୍ରମଣ କରିଥିଲା ଅଭିଯୁକ୍ତ ।
ଗତକାଲି ଜେଲରେ ଅଭିଯୁକ୍ତ ଶରିଫୁଲ ଇସଲାମର ପରିଚୟ ପରେଡ୍ ହୋଇଥିଲା। ବରିଷ୍ଠ ଜେଲରଙ୍କ ରୁମରେ
ଅନୁଷ୍ଠିତ ପରିଚୟ ପରେଡରେ ସୈଫ ଅଲ୍ଲୀ ଖାନଙ୍କ ଘରେ ଚୋରି ଏବଂ ଆକ୍ରମଣ ଅଭିଯୋଗରେ ଅଭିଯୁକ୍ତ ଶରିଫୁଲଙ୍କୁ ଚିହ୍ନଟ କରିବା ପାଇଁ ଷ୍ଟାଫ୍ ନର୍ସ ଏଲିୟାମ୍ମା ଫିଲିପ୍ ଏବଂ ଘର ସହାୟକ ଜୁନୁ ବୁଧବାର ସକାଳେ ଆର୍ଥର ରୋଡ୍ ଜେଲରେ ପହଞ୍ଚିଥିଲେ। ଶରିଫୁଲକୁ ଅନ୍ୟ କଏଦୀମାନଙ୍କ ସହିତ ଜଣକ ପରେ ଜଣେ ଉଭୟଙ୍କ ସମ୍ମୁଖରେ ଠିଆ କରାଯାଇଥିଲା। କୋର୍ଟରୁ ଅନୁମତି ମିଳିବା ପରେ ତହସିଲଦାରଙ୍କ ଉପସ୍ଥିତିରେ ଏହି ପରିଚୟ ପରେଡ୍ ଅନୁଷ୍ଠିତ ହୋଇଥିଲା । ପରିଚୟ ପରେଡ୍ ସମୟରେ ପୋଲିସ କିମ୍ବା ଜେଲର ଅନ୍ୟ କର୍ମଚାରୀଙ୍କୁ ଉପସ୍ଥିତ ରହିବାକୁ ଅନୁମତି ନଥିଲା ।
ପୋଲିସର କହିବା ଅନୁସାରେ, ଅଭିଯୁକ୍ତଙ୍କ ବିରୁଦ୍ଧରେ ସେମାନଙ୍କ ପାଖରେ ଦୃଢ଼ ପ୍ରମାଣ ଅଛି । ସିସିଟିଭି ଫୁଟେଜ୍ ଏବଂ ପଜିଟିଭ୍ ଫେସିଆଲ୍ ଟେଷ୍ଟ ରିପୋର୍ଟ ମଧ୍ୟ ଅଛି । ଏହି ପ୍ରକ୍ରିୟାରେ ସାକ୍ଷୀମାନେ ସନ୍ଦିଗ୍ଧ ବ୍ୟକ୍ତି ସମେତ ପ୍ରାୟ ୧୦ ଜଣଙ୍କୁ ଜେରା କରାଯାଇଥିଲେ। ଏହି ବ୍ୟକ୍ତିମାନଙ୍କର ଶାରୀରିକ ଗଠନ, ଚର୍ମର ରଙ୍ଗ ଏବଂ ଉଚ୍ଚତା ପ୍ରାୟ ସମାନ ଥିଲା। ତେବେ ଅଭିଯୁକ୍ତଙ୍କୁ ନ୍ୟାୟିକ ହେପାଜତକୁ ନିଆଯିବାର ଗୋଟିଏ ସପ୍ତାହ ପରେ ଏହି ପରିଚୟ ପରେଡ୍ ହୋଇଥିଲା।
ସୂଚନାଯୋଗ୍ୟ, ଗତ ଜାନୁଆରୀ ୩୧ ତାରିଖରେ ମୁମ୍ବାଇ ପୋଲିସ ଅଭିଯୁକ୍ତଙ୍କ ଫେସିଆଲ୍ ଟେଷ୍ଟ କରିଥିଲା। ଟେଷ୍ଟ ରିପୋର୍ଟ ପଜିଟିଭ୍ ମଧ୍ୟ ଆସିଥିଲା । ସିସିଟିଭି ଫୁଟେଜରେ ଦେଖାଯାଉଥିବା ବ୍ୟକ୍ତିଙ୍କ ମୁହଁ ଏବଂ ମହମ୍ମଦ ଶରିଫୁଲ ଇସଲାମ ଶାହଜାଦର ମୁହଁ ପୁରା ସମାନ । ତେଣୁ ଦୁହେଁ ସମାନ ବ୍ୟକ୍ତି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଅଭିଯୁକ୍ତ ବିରୁଦ୍ଧରେ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୩୧୧,୩୧୨,୩୩୧(୪), ୩୩୧(୬) ଏବଂ ୩୩୧(୭) ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତଙ୍କୁ ବାଂଲାଦେଶର ବାସିନ୍ଦା ବୋଲି ଚିହ୍ନଟ କରାଯାଇଛି। ରିପୋର୍ଟରେ ଦାବି କରାଯାଇଛି ଯେ ସେ ତାଙ୍କ ଜନ୍ମଭୂମିକୁ ପଳାଇବାକୁ ଚେଷ୍ଟା କରୁଥିଲେ କିନ୍ତୁ ଥାନେର ହିରାନନ୍ଦ ଇଷ୍ଟେଟରେ ତାଙ୍କୁ ଅଟକ ରଖାଯାଇଥିଲା।
Comments are closed.