Latest Odisha News

BREAKING NEWS

ଦେଶବାସୀଙ୍କ ପାଇଁ ପିଏମ୍ ଆବାସରେ ଦୀପ ଜାଳିଲେ ମୋଦୀ !

ନୂଆଦିଲ୍ଲୀ: କରୋନାଭାଇରସ୍ ବିରୋଧୀ ଲଢେଇରେ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ଦେଶବାସୀ ଦୀପ ଓ ମହମବତୀ ଜାଳି ଏକତାର ପ୍ରମାଣ ଦେଲେ । କିଛି ଲୋକ ବାଣ ଫୁଟାଇଥିଲାବେଳେ ପିଏମ୍ ଆବାସରେ ମୋଦୀ ବି ଦୀପ ଜଳାଇଥିଲେ ।

ପ୍ରଧାନମନ୍ତ୍ରୀଙ୍କ ଆଦେଶାନୁସାରେ ପିଏମ ଆବାସରେ ସମସ୍ତ ଲାଇଟ୍ ବନ୍ଦ କରାଯାଇଥିଲା । କେବଳ ପ୍ରଧାନମନ୍ତ୍ରୀଙ୍କୁ ଦୀପ ଜଳାଇବାରେ ଦେଖିବାକୁ ମିଳିଥିଲା । ଭାରତର ପ୍ରଧାନମନ୍ତ୍ରୀଙ୍କ ଅନୁରୋଧକୁ କୋଟିକୋଟି ଜନତା ସମ୍ମାନର ସହ ଗ୍ରହଣ କରିଥିଲେ ।

ଏହି ସମସ୍ତ ଫଟୋଗୁଡିକୁ ଖୋଦ ପ୍ରଧାନମନ୍ତ୍ରୀ ମୋଦୀ ନିଜ ଟୁଇଟ୍ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ।

Leave A Reply

Your email address will not be published.