Latest Odisha News

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବନି ଡବ୍ଲ୍ୟୁଟିସି ଫାଇନାଲ

ନୂଆଦିଲ୍ଲୀ: ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ ମ୍ୟାଚ ଆୟୋଜନ କରିବା ନେଇ ଭାରତକୁ ଶକ୍ତ ଧକ୍କା ଲାଗିଛି । ସିଙ୍ଗାପୁରରେ ଆଇସିସି ବୈଠକରେ ଏ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଡବ୍ଲ୍ୟୁଟିସି ୨୦୨୭ ୨୦୨୯ ଓ ୨୦୩୧ର ଫାଇନାଲ ଇଂଲଣ୍ଡରେ ଖେଳାଯିବ ବୋଲି ସ୍ଥିର ହୋଇଛି । ପୂର୍ବ ୩ଟି ସଂସ୍କରଣର ଫାଇନାଲ ମ୍ୟାଚ ମଧ୍ୟ ଏଠାରେ ଖେଳାଯାଇଛି । ୪ର୍ଥ ସଂସ୍କରଣର ଫାଇନାଲ ମ୍ୟାଚ ଆୟୋଜନ କରିବା ପାଇଁ ଭାରତ ପକ୍ଷରୁ ଆଗ୍ରହ ପ୍ରକାଶ କରାଯାଇଥିଲା । ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆୟୋଜନ କରିବା ପାଇଁ ବୋର୍ଡ ଉଦ୍ୟମ କରିଥିଲେ ମଧ୍ୟ ନିରାଶ ହେବାକୁ ପଡିଛି ।

ଏହି ଅବସରରେ ଆଇସିସି ପରିବାରରେ ୨ଟି ନୂଆ ଟିମ ଯୋଡି ହୋଇଛନ୍ତି । ତିମୋର-ଲିସ୍ତେ କ୍ରିକେଟ ଫେଡେରେଶନ ଓ ଜାମ୍ବିଆ କ୍ରିକେଟ ୟୁନିୟନକୁ ସାମିଲ କରାଯାଇଛି । ଏଥିସହ ଆଇସିସି ସଦସ୍ୟ ସଂଖ୍ୟା ୧୧୦ରେ ପଂହଚିଛି । ଏହି ଦୁଇ ଦେଶ ଏବେ ଆଇସିସି ଆସୋସିଏଟ ସଦସ୍ୟ ଭାବେ ଗଣତି ହେବେ । ନରେନ୍ଦ୍ର ମୋଦି ଷ୍ଟାଡିୟମରେ କାହିଁକି ମ୍ୟାଚ ଆୟୋଜନ ହେବନି ସେ ନେଇ କୌଣସି ବୟାନ ବିସିିସିଆଇ କିମ୍ବା ଆଇସିସି ପକ୍ଷରୁ ଜାରୀ କରାଯାଇ ନାହିଁ ।

Comments are closed.