Latest Odisha News

BREAKING NEWS

ମାଛ ଧରୁଥିବା ବେଳେ ଜଳିଗଲା ବୋଟ୍, ଅଳ୍ପେକ ବର୍ତ୍ତିଲେ ୧୦ ମତ୍ସ୍ୟଜୀବୀ

ଭଦ୍ରକ: ଏପିଜେ ଅବଦୁଲ କାଲାମ ଦ୍ୱୀପ ନିକଟରେ ଜଳିଗଲା ମାଛ ଧରୁଥିବା ବୋଟ୍ । ଅଳ୍ପକେ ବର୍ତ୍ତିଲେ ୧୦ ଜଣ ମତ୍ସ୍ୟଜୀବୀ । ସୂଚନା ଅନୁସାରେ, ଧାମରା ଦୋଇସିଙ୍ଗାର କିଛି ଧିବର ମାଛ ମାରିବାକୁ ସମୁଦ୍ରକୁ ଯାଇଥିଲେ । ମତ୍ସ୍ୟଜୀବୀ ମାନେ ଏପିଜେ ଅବଦୁଲ କାଲାମ ଦ୍ୱୀପ ନିକଟରେ ମାଛ ମାରିବା ବେଳେ ବୋଟରେ ନିଆଁ ଲାଗି ଯାଇଥିଲା ।

ବୋଟରେ ନିଆଁ ଲାଗିବା ପରେ ତଟରକ୍ଷୀ ବାହିନୀ ସହ ଯୋଗାଯୋଗ କରିଥିଲେ ମତ୍ସ୍ୟଜୀବୀ । ସଙ୍ଗେ ସଙ୍ଗେ ତଟରକ୍ଷୀ ବାହିନୀ ପହଞ୍ଚି ନିଆଁ ଲାଗିଥିବା ବୋଟରୁ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରି ଜୀବନ ବଞ୍ଚାଇଥିଲା । ତେବେ କେଉଁ ପରିସ୍ଥିତିରେ ବୋଟରେ ନିଆଁ ଲାଗିଲା ଜଣା ପଡ଼ିନାହିଁ ।

Leave A Reply

Your email address will not be published.