ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନିତା ୱିଲିୟମ୍ସଙ୍କ ସହିତ ଫସି ରହିଥିବା ଦୁଇ ମହାକାଶଚାରୀଙ୍କୁ ନିର୍ଦ୍ଧାରିତ ସମୟଠାରୁ ଶୀଘ୍ର ପୃଥିବୀକୁ ଫେରାଇ ଅଣାଯିବା ନେଇ ଆମେରିକାର ସ୍ପେସ ଏଜେନ୍ସି ସୂଚନା ଦେଇଛି।
ମଙ୍ଗଳବାର ଦିନ ନାସା ପକ୍ଷରୁ କୁହାଯାଇଛି ଯେ ସ୍ପେସଏକ୍ସ ଆଗାମୀ ମହାକାଶ ଉଡାଣ ପାଇଁ କ୍ୟାପସୁଲ ପରିବର୍ତ୍ତନ କରିବ ତେଣୁ ବୁଚ୍ ୱିଲମୋର ଏବଂ ସୁନିତା ୱିଲିୟମ୍ସଙ୍କୁ ମାର୍ଚ୍ଚ ଶେଷ କିମ୍ବା ଏପ୍ରିଲ ବଦଳରେ ମମାର୍ଚ୍ର ମଧ୍ୟଭାଗରେ ହିଁ ଫେରାଇ ଅଣାଯିବ।
ତେବେ ଏମାନେ ଜୁନ୍ ୨୦୨୪ରେ ବୋଇଂର ଷ୍ଟାରଲାଇନର୍ ମହାକାଶ ଯାନ ଯୋଗେ ଆଇଏସଏସ ପାଇଁ ଯାତ୍ରା କରିଥିଲେ। ଉଭୟଙ୍କୁ ମହାକାଶରେ ମାତ୍ର ୧୦ ଦିନ ବିତାଇବାର ଥିଲା। କିନ୍ତୁ ଯାନ୍ତ୍ରିକ ସମସ୍ୟା ଯୋଗୁଁ ସେମାନେ ଆଠ ମାସରୁ ଅଧିକ ସମୟ ଧରି ଆନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ଫସି ରହିଛନ୍ତି।
ସୂଚନା ଅନୁଯାୟୀ, ମିଶନ ପ୍ରସ୍ତୁତି ଏବଂ ଏଜେନ୍ସିର ଉଡ଼ାଣ ପ୍ରସ୍ତୁତି ପ୍ରକ୍ରିୟାର ବୈଧତା ସମାପ୍ତ ହେବା ପରେ ଏଜେନ୍ସିର କ୍ରୁ-୧୦ ଉତକ୍ଷେପଣ ପାଇଁ ମାର୍ଚ୍ଚ ୧୨ ତାରିଖ ଲକ୍ଷ୍ୟ ରହିଛି ବୋଲି ନାସା ପକ୍ଷରୁ କୁହାଯାଇଛି।
Comments are closed.