Latest Odisha News

BREAKING NEWS

ଦ୍ୱିତୀୟ ଥର ପାଇଁ ବାତିଲ ହେଲା ନାସାର ଆର୍ଟେମିସ-୧ ମୁନ ମିଶନ

ୱାଶିଂଟନ: ଆମେରିକା ସ୍ପେସ ଏଜେନ୍ସି ନାସା ଆର୍ଟେମିସ-୧ ମୁନ ମିଶନ ପୁନର୍ବାର ବାତିଲ କରିଛି । ନାସାର ଏହି ବହୁ ପ୍ରତୀକ୍ଷିତ ପ୍ରୋଜେକ୍ଟ ଫ୍ୟୁଲ ଲିକ ଯୋଗୁ ପୁଣି ଫେଲ ମାରିଛି । ପୁନର୍ବାର ଏହାକୁ କେବେ ଲଂଚ କରାଯିବ ସେ ନେଇ ଖୁବ ଶୀଘ୍ର ଘୋଷଣା କରାଯିବ ବୋଲି ନାସା ପକ୍ଷରୁ କୁହାଯାଇଛି । ଇଂଜିନର ବୈଷୟିକ ତ୍ରୁଟି ଏବଂ ଲିକେଜ ଯୋଗୁ ପ୍ରଥମ ଉଦ୍ୟମ ବି ବିଫଳ ହୋଇଥିଲା । ଫ୍ଲୋରିଡାର କେନେଡି ସ୍ପେଶ ସେଂଟରରୁ ସ୍ପେଶ ଲଂଚ ସିଷ୍ଟମ ରକେଟ ଏବଂ ଓରିୟନ କ୍ୟାପସୁଲକୁ ୪୨ ଦିନ ପାଇଁ ଚନ୍ଦ୍ରର ଅତି ପାଖକୁ ପଠାଯିବାର ବ୍ୟବସ୍ଥା କରାଯାଇଥିଲା । ୫୦ ବର୍ଷ ପରେ ପୁନର୍ବାର ମନୁଷ୍ୟ ଏହା ମାଧ୍ୟମରେ ଚନ୍ଦ୍ର ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରିବା ଲକ୍ଷ୍ୟରେ ରହିଥିଲା ।

ଏହା ବ୍ୟତୀତ ମହିଳାଙ୍କ ଶରୀରରେ ବିକିରଣ ପ୍ରଭାବ ଅନୁଧ୍ୟାନ କରିବା ପାଇଁ ୨ଟି କଣ୍ଢେଇକୁ ମଧ୍ୟ ପଠାଯିବା ପାଇଁ ବନ୍ଦୋବସ୍ତ କରାଯାଇଥିଲା । ଏହା ଦ୍ୱାରା ମହିଳା ଅନ୍ତରୀକ୍ଷ ଯାତ୍ରୀଙ୍କ ପାଇଁ ସୁରକ୍ଷିତ ପଦକ୍ଷେପ ଗ୍ରହଣ କରାଯାଇ ପାରିବ । ଆଜି ରାତି ୧୧ଟା୪୫ରେ ଏହାର ଉତକ୍ଷେପଣ ହେବାର ଥିଲା । ମାତ୍ର ୨ ଘଂଟା ପୂର୍ବରୁ ବାଧ୍ୟ ହୋଇ ବନ୍ଦ କରିବା ପାଇଁ ସ୍ପେଶ ଏଜେନ୍ସି ପକ୍ଷରୁ ନିଷ୍ପତି ନିଆ ଯାଇଥିଲା । ହାଇଡ୍ରୋଜେନ ଟିମ ଓ ଆର୍ଟେମିସ-୧ର ଲଂଚ ଡାଇରେକ୍ଟର ଦୀର୍ଘ ସମୟ ଆଲୋଚନା କରିଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା ।

Leave A Reply

Your email address will not be published.