Latest Odisha News

ଘନେଇଲାଣି ବିପଦ, ବୋଇଂ ଷ୍ଟାରଲାଇନର୍‌ରେ ସୁଧୁରୁନି ଯାନ୍ତ୍ରିକ ତ୍ରୁଟି

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନିତା ୱିଲିୟମ୍‌ସ ଓ ତାଙ୍କର ସହଯୋଗୀ ବଚ୍‌ ୱିଲମୋର ପୃଥିବୀ ଫେରିବା ନେଇ ଏବେ ଘନେଇଲାଣି ବିପଦ । ସେପଟେ ସରି ଆସୁଛି ଇନ୍ଧନ । ଆମେରିକା ସ୍ପେସ୍ ଏଜେନ୍ସି ନାସା, ସୁନିତା ଓ ତାଙ୍କ ସାଥିଙ୍କ ସହ ଯୋଗାଯୋଗରେ ଥିଲେ ମଧ୍ୟ ଯାନ୍ତ୍ରିକ ତ୍ରୁଟି ସୁଧୁରୁନଥିବା ସୂଚନା ମିଳିଛି ।

ତେବେ ଜୁନ୍ ୧୪ରେ ସେମାନଙ୍କୁ ମହାକାଶରୁ ପୃଥିବୀକୁ ଫେରିବାର ଥିଲା । ହେଲେ କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସୁନିତା ଓ୍ବଲିୟମ୍ସ ଓ ତାଙ୍କ ସାଥି ବଜ୍ ଓ୍ବିଲମୋର ସେଠାରେ ଫସି ରହିଥିବା କୁହାଯାଉଛି । ଉଭୟ ଜୁନ୍ ୫ ରେ ବୋଇଂ ଷ୍ଟାରଲାଇନରର ମହାକାଶଯାନରେ ମହାକାଶକୁ ଯାଇଥିଲେ । ସୁନୀତା ୱିଲିୟମ୍ସ ଏବଂ ବଚ୍ ୱିଲମୋର କେବେ ଫେରିବେ? ଆମେରିକାର ସ୍ପେସ୍ ଏଜେନ୍ସି ନାସା ଏପର୍ଯ୍ୟନ୍ତ ଏ ବିଷୟରେ କୌଣସି ସୂଚନା ଦେଇନାହିଁ ।ସେପଟେ ଷ୍ଟାରଲାଇନରର ଇନ୍ଧନ କ୍ଷମତା ୪୫ ଦିନ ଥିବା ବେଳେ ଏହି ମିଶନ ଆରମ୍ଭରୁ ୨୨ ଦିନ ବିତିଗଲାଣି ଏବଂ ଏବେ ମାତ୍ର ୨୩ ଦିନ ବାକି ଅଛି । ଏହା ଭିତରେ ଯଦି ସେମାନେ ପୃଥିବୀକୁ ନଫେରନ୍ତି ତାହାଲେ ଏହା ତାଙ୍କ ପାଇଁ ବିପଦ ପୂର୍ଣ୍ଣ ହୋଇପାରେ ବୋଲି ଅନୁମାନ କରାଯାଉଛି । ତେବେ ବର୍ତ୍ତମାନ ଉଭୟ ନାସା ଏବଂ ସୁନୀତା ଓ ତାଙ୍କ ସାଥୀ ନିରାପଦ ପ୍ରତ୍ୟାବର୍ତ୍ତନ ଉପରେ କାର୍ଯ୍ୟ କରୁଛନ୍ତି । ମହାକାଶରେ ହୋଇଥିବା ଯାନ୍ତ୍ରିକ ତ୍ରୁଟିକୁ କିପରି ସୁଧାରିବେ ସେନେଇ ଚେଷ୍ଟା ଜାରି ରଖିଥିବା ବେଳେ ଏଥିରେ କୌଣସି ସୁଧାର ଦେଖାଯାଉନଥିବା ସୂଚନା ମିଳୁଛି । ଯାହାପରେ ଏବେ ସୁନିତାଙ୍କ ଫେରିବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।

ସୂଚନାଯୋଗ୍ୟ, ଗତ ୫ ତାରିଖରେ ବୋଇଂ ଷ୍ଟାରଲାଇନର ଯାନରେ ମହାକାଶକୁ ଯାତ୍ରା କରିବା ପରେ ଆଇଏସଏସ୍‌ରେ ୯ ଦିନ ରହିବା ପରେ ଜୁନ ୧୪ରେ ସୁନିତା ଓ ତାଙ୍କ ସହଯୋଗୀ ପୃଥିବୀ ପୃଷ୍ଠକୁ ଫେରିବାର ଥିଲା। ହେଲେ ବୋଇଂ ଷ୍ଟାରଲାଇନରରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏବେ ସୁନିତାଙ୍କ ଫେରିବା ଅନିଶ୍ଚିତତା ମଧ୍ୟରେ ରହିଛି। ତେବ ପରେ ଜୁନ୍‌ ୨୬ରେ ସୁନିତା ଫେରିବେ ବୋଲି ନାସା ପକ୍ଷରୁ କୁହାଯାଇଥିଲା। ହେଲେ ଷ୍ଟାରଲାଇନର୍‌ରେ ହିଲିୟମ୍‌ ଲିକ୍‌ ଦେଖାଦେଇଛି। ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ନିମନ୍ତେ ଷ୍ଟାରଲାଇନରରେ ଅତିକମରେ ୧୪ଟି ଥ୍ରଷ୍ଟରର ଆବଶ୍ୟକତା ରହିଛି ବୋଲି ନାସା ବୈଜ୍ଞାନିକମାନେ କହିଛନ୍ତି। ବର୍ତ୍ତମାନ ଆଇଏସଏସ୍‌ରେ ସୁନିତା ଓ ବଚ୍‌ ୱିଲମୋରଙ୍କ ବ୍ୟତୀତ ଅନ୍ୟ ୭ ଜଣ ମହାକାଶଚାରୀ ଅବସ୍ଥାନ କରୁଛନ୍ତି। ତେବେ ସେଠାରେ ସେମାନେ ସୁରକ୍ଷିତ ଥିବାର ସୂଚନା ମିଳିଛି । ଅନ୍ୟପଟରେ ପୃଥିବୀକୁ ଫେରିବା ନିମନ୍ତେ ଷ୍ଟାରଲାଇନରେ ଥିବା ଇନ୍ଧନ କ୍ରମଶଃ ସରି ହୋଇ ଆସୁଛି। ତେଣୁ କୌଣସି ଜରୁରୀ ପରିସ୍ଥିତି ଉପୁଜିବା ପୂର୍ବରୁ ଏହି ତ୍ରୁଟିଗୁଡିକୁ କିପରି ସୁଧାରି ହେବ, ସେଥିନେଇ ନାସା ବୈଜ୍ଞାନିକ ଓ ଇଞ୍ଜିନିୟରମାନେ ଚେଷ୍ଟା ଜାରି ରଖିଥିବା ଜଣାପଡୁଛି । ତେବେ ସେମାନେ ଜୁଲାଇରେ ଫେରିପାରନ୍ତି ବୋଲି ସୂଚନା ମିଳିଛି । ତେବେ ଏହାକୁ ମିଶାାଇ ନାସା ଦୁଇଥର ଉକ୍ତ ସ୍ପେସ୍ ଟିକୁ ବାତିଲ କରିଛି । ଠିକ୍ ସମୟରେ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ସ୍ଢୃଷ୍ଟି ହେଉଥିବା ବେଳେ ଏହାର ଉତକ୍ଷେପଣକୁ ରୋକିଛି ନାସା

Leave A Reply

Your email address will not be published.