ନୂଆଦିଲ୍ଲୀ: ମହାକାଶର ରହସ୍ୟ ଜାଣିବା ଏତେ ସହଜ ନୁହେଁ । ବିଭିନ୍ନ ଦେଶର ବୈଜ୍ଞାନିକମାନେ ଏଥି ନିମନ୍ତେ ଯଥାସମ୍ଭବ ଉଦ୍ୟମ ଜାରୀ ରଖିଛନ୍ତି । ନିକଟରେ ନାସା ପକ୍ଷରୁ ଏକ ଅଦ୍ଭୁତପୂର୍ଣ୍ଣ ତଥ୍ୟ ପ୍ରକାଶ କରାଯାଇଛି । ମହାକାଶରେ ସୌରଜଗତ ବାହାରେ ୫୦୦୦ ଗ୍ରହ ବୈଜ୍ଞାନିକମାନେ ଚିହ୍ନଟ କରି ସାରିଲେଣି । ଏହା ମଧ୍ୟରେ ପୃଥିବୀ ପରି ୨୦୦ ଗ୍ରହ ରହିଛି । ପ୍ରତ୍ୟେକ ଏକ୍ସୋପ୍ଲାନେଟ ନିଜର ଏକ ସ୍ୱତନ୍ତ୍ର ସଂରଚନା ରହିଛି ।
୯୦ ଦଶକରୁ ଆଜି ପର୍ଯ୍ୟନ୍ତ ସୌରଜଗତ ଓ ଆକାଶ ଗଙ୍ଗାର ବାହାରେ ଏହି ସବୁ ଗ୍ରହକୁ ଠାବ କରାଯାଇଛି । ଓଭରାଲ ବିଚାରକୁ ନେଲେ ପୃଥିବୀ ଏବଂ ମଙ୍ଗଳ ପରି ମାତ୍ର ୪ ପ୍ରତିଶତ ମଜଭୁତ ଭୂମି ଥିବା ଗ୍ରହ ଠାବ କରାଯାଇଛି । ଅତ୍ୟାଧୁନିକ ସ୍ପେଶ ଟେଲିସ୍କୋପ ଆଗାମୀ ଦିନରେ ଆହୁରି ରହସ୍ୟ ଉଜାଗର କରିବ ବୋଲି ନାସା ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି ।
Comments are closed.