Latest Odisha News

BREAKING NEWS

ମହାକାଶରେ ହେଲା ମୂଳା ଚାଷ

ୱାଶିଂଟନ୍: ଆକାଶରେ କରାଯାଇଛି ମୂଳା ଚାଷ । ଏପରି ପ୍ରଥମ ଥର ହୋଇଛି, କେହି ଜଣେ ମହାକାଶରେ ମୂଳା ଚାଷ କରିଛନ୍ତି । ଏହି କମାଲ କରି ଦେଖାଇଛନ୍ତି ନାସାର ମହାକାଶ ଯାତ୍ରୀ କେଟ୍ ରୁବିନ୍ସ । ସେ ମୂଳା ଚାଷ କରିବାକୁ ନିଷ୍ପତ୍ତି ନେଇଥିଲେ ଓ ତାକୁ ସଫଳ ମଧ୍ୟ କରିଛନ୍ତି । ସେ ପ୍ରଥମ ଥର ପାଇଁ ଇଣ୍ଟରନେସନାଲ ସ୍ପେସ୍ ଷ୍ଟେସନରେ ମୂଳା ଚାଷ କରି ରେକର୍ଡ କରିଛନ୍ତି । ଏହାକୁ ୨୦୨୧ରେ ପୃଥିବୀକୁ ଅଣାଯିବ । ଏଥିପାଇଁ କେଟ୍ ସମସ୍ତ ୨୦ଟି ଗଛକୁ ପ୍ୟାକ୍ କରି କୋଲ୍ଡ ଷ୍ଟୋରେଜରେ ରଖିଛନ୍ତି ।

ମହାକାଶରେ ଏହି ପ୍ଲାଣ୍ଟକୁ ଲଗାଇବା ପାଇଁ ଏଡଭାନ୍ସ ପ୍ଲାଣ୍ଟ ହେବିଟେଟର ବ୍ୟବହାର କରାଯାଇଥିବା ନାସା ପକ୍ଷରୁ କୁହାଯାଇଛି । ମୂଳା ଚାଷ କରିବା ପାଇଁ ନାସା ପକ୍ଷରୁ ଏଥିପାଇଁ ନିଷ୍ପିତ୍ତି ନିଆଯାଇଥିଲା କି ବୈଜ୍ଞାନିକଙ୍କ ବିଶ୍ବାସ ରହିଥିଲା ଯେ ୨୭ ଦିନ ମଧ୍ୟରେ ଏହା ସଂପୂର୍ଣ୍ଣ ପ୍ରସ୍ତୁତ ହୋଇଯିବ । ନାସାର ସୂଚନା ଅନୁସାରେ ମୂଳା ଚାଷ ପାଇଁ ବହୁତ କମ୍ ସମୟ ଦେବାକୁ ପଡ଼ିଥାଏ । ସ୍ପେସର ଯେଉଁ ଚାମ୍ବରରେ ଏହି ମୂଳା ଚାଷ କରାଯାଇଥିଲା, ସେଠାରେ ନାଲି, ନୀଳ, ହଳଦିଆ ଓ ଧଳା ଏଲଇଡି ଲାଇଟ୍ ଲଗାଯାଇଥିଲା । ଗଛ ଯେପରି ଭଲ ଭାବେ ବଢିପାରିବ ସେଥିପାଇଁ ଏସବୁ ଲାଇଟ୍ ଲଗାଯାଇଥିଲା ।

Leave A Reply

Your email address will not be published.