Latest Odisha News

ପ୍ରେମିକା ସହ ଚନ୍ଦ୍ରରେ ସମ୍ବନ୍ଧ ପାଇଁ ଚୋରୀ କଲେ ନାସାର ବୈଜ୍ଞାନିକ

ନୂଆଦିଲ୍ଲୀ: ଜହ୍ନ ରାଇଜକୁ ପ୍ରେମିକାଙ୍କୁ ନେବା ପାଇଁ ପ୍ରତ୍ୟେକ ପ୍ରେମିକର ସ୍ୱପ୍ନ ଦେଖିଥାଏ । ତେବେ ଏ ଭଳି ସ୍ୱପ୍ନ ନାସାର ଜଣେ ଯୁବ ବୈଜ୍ଞାନିକ ଦେଖିବ ତାହା କେହି କେବେ ଭାବି ନ ଥିଲେ । ଚନ୍ଦ୍ର ପୃଷ୍ଠରେ ପ୍ରେମିକା ସହ ସମ୍ବନ୍ଧ ସ୍ଥାପନ ପାଇଁ ଏହି ଯୁବ ବୈଜ୍ଞାନିକ ଚୋରୀ କରିବା ପାଇଁ ପଛାଇ ନ ଥିଲେ । ଏଫବିଆଇ ରିପୋର୍ଟ ଅନୁସାରେ ନାସାର ଇଂଟର୍ଣ୍ଣ ଥାଡ ରବର୍ଟ ଏଥିପାଇଁ ଏକ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରିଥିଲା । ଆପୋଲୋ ମିଶନ ସମୟରେ ଆମେରିକା ସ୍ପେସ ସେଂଟରକୁ ଚନ୍ଦ୍ର ପୃଷ୍ଠର ପଥର ଓ ଉଲକାପିଣ୍ଡ ଅଣାଯାଇଥିଲା । ୨୪ ବର୍ଷୀୟ ରବର୍ଟ ଏହାକୁ ଚୋରୀ କରିବା ପାଇଁ ଉଦ୍ୟମ କରିଥିଲା ।

ଚନ୍ଦ୍ରପୃଷ୍ଠର ଏହି ପଦାର୍ଥଗୁଡିକର ମୂଲ୍ୟ ୧୮୪ କୋଟି ଟଙ୍କା ହେବ । ରବର୍ଟ ଜଣେ ଗ୍ରାହକ ମଧ୍ୟ ଏଥିନେଇ ଖୋଜି ସାରିଥିଲା । ଏହି ସମୟ ମଧ୍ୟରେ ଅନ୍ୟ ଜଣେ ବୈଜ୍ଞାନିକ ୨୨ ବର୍ଷୀୟା ଟିଫିନ ଫାଉଲରଙ୍କ ସହ ଭେଟ ହୋଇଥିଲା । ଟିଫିନଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରି ନେଇଥିଲା । ଶେଷରେ ଅନ୍ୟ ଜଣେ ଇଂଟର୍ଣ୍ଣ ସହ ଏହି ୨ଜଣ ଚୋରୀର ଯୋଜନା ପ୍ରସ୍ତୁତ କରିଥିଲେ । ଚୋରୀ କରିବାରେ ମଧ୍ୟ ସେମାନେ ସଫଳ ହୋଇଥିଲେ । ଜହ୍ନ ରାଇକଜୁ ଯିବା ସମ୍ଭବପର ନ ଥିବାରୁ ଚନ୍ଦ୍ରରୁ ଆଣିଥିବା ପଥରର ଖଣ୍ଡଗୁଡିକୁ ଶେଜ ତଳେ ରଖି ଟିଫିନିଙ୍କ ସହ ରବର୍ଟ ସମ୍ବଦ୍ଧ ସ୍ଥାପନ କରିଥିଲେ । ତେବେ ସେମାନେ ଜାଣି ନ ଥିଲେ ଯେ, ଏଫବିଆଇ ସେମାନଙ୍କ ଉପରେ ଆରମ୍ଭରୁ ନଜର ରଖିଛି । ୩ଜଣ ଯାକ ଧରାପଡି ଜେଲ ଯାଇଥିଲେ ।

Comments are closed.