Latest Odisha News

BREAKING NEWS

କେବଳ ଦିଲ୍ଲୀ ନୁହେଁ, ପଞ୍ଜାବରୁ ବଙ୍ଗୋପସାଗର ଯାଏ ବାୟୁମଣ୍ଡଳରେ ବ୍ୟାପିଛି କଳାଧୁଆଁର ଆସ୍ତରଣ:ନାସା ଦେଖାଇଲା ଫଟୋ

ନୂଆଦିଲ୍ଲୀ:ଦିଲ୍ଲୀ ବାୟୁମଣ୍ଡଳ ଯେମିତି ଦିନକୁ ଦିନ ବିଷାକ୍ତ ହେବାରେ ଲାଗିଛି । ପ୍ରଦୁଷଣ କମିବାର ନାଁ ନେଉନି । ସକାଳେ ସନ୍ଧ୍ୟାରେ କଳା ଧୂଆଁଳିଆ ଲକ ଆସ୍ତରଣ ଦିଲ୍ଲୀରେ ଦେଖିବାକୁ ମିଳୁଛି । ଫଳର ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଲୋକେ କଷ୍ଟ ଅନୁଭବ କରୁଥିବା କହୁଛନ୍ତି । ଖାଲି ଦିଲ୍ଲୀ ନୁହେଁ, ଏହି ପ୍ରଦୂଷଣ ତାର କାୟା ବିସ୍ତାର କରି ଏବେ ପଞ୍ଜାବ ପର୍ଯ୍ୟନ୍ତ ଗଲାଣି । ଖାଲି ପଞ୍ଜାବ ନୁହେଁ, ପାକିସ୍ତାନ ଏବଂ ବଙ୍ଗୋପସାଗର ଉପରେ ମଧ୍ୟ ଏହି ଧୂଆଁଳିଆ ଚାଦର ଦେଖିବାକୁ ମିଳୁଛି ।

ସେହିପରି ମୁମ୍ବାଇର ବାୟୁର ମାନ ବହୁତ ଖରାପ ହେଲାଣି । ଆମେରିକା ସ୍ପେଶ ଏଜେନ୍ସି ନାସା କିଛି ସାଟେଲାଇଟ ଫଟୋ ଜାରି କରିଛି । ଏହି ଫଟୋରେ ଦେଖିବାକୁ ମିଳିଛି, ଦିଲ୍ଲୀ ସହ ପାକିସ୍ତାନରୁ ଆରମ୍ଭ କରି ବଙ୍ଗୋପସାଗର ପର୍ଯ୍ୟନ୍ତ ଏହି ପ୍ରଦୂଷଣ ବ୍ୟାପିଗଲାଣି ।

ନାସା ପ୍ରଦତ୍ତ ତଥ୍ୟରୁ ଜଣାଯାଏ, ଉତ୍ତର ଭାରତରେ ବ୍ୟାପକ ଚାଷଜମିରେ ନିଆଁ ଲଗାଇବା ଏହି ଧୂଆଁଳିଆ ଆସ୍ତରଣର ସମ୍ପର୍କ ରହିଛି । ଅକ୍ଟୋବର ୨୯ ତାରିଖରୁ ଜମିରେ ନିଆଁ ଲଗାଇବା ଘଟଣା ବୃଦ୍ଧି ପାଇଥିଲା । ୨୯ ଅକ୍ଟୋବରରେ ୧,୦୬୮ ଜମିରେ ନିଆଁ ଲଗାଯିବାପରେ ବର୍ତ୍ତମାନ ଏହାର ୭୪୦ ପ୍ରତିଶତ ବୃଦ୍ଧି ଘଟିଛି ।

ଦିଲ୍ଲିରେ ବୁଧବାର ସକାଳେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୫୦୦ ପର୍ଯ୍ୟନ୍ତ ପହଞ୍ଚି ଗଲାଣି । ଗତ ୬ ଦିନ ମଧ୍ୟରେ ଦିଲ୍ଲୀ ବିଶ୍ୱର ସବୁଠାରୁ ଅଧିକ ପ୍ରଦୂଷିତ ସହର ତାଲିକାର ଉପରେ ରହିଛି ।

Comments are closed.