ମୁମ୍ବାଇ: ବଲିଉଡ ଅଭିନେତା ନସିରୁଦ୍ଦିନ ଶାହା ୭୦ ବର୍ଷରେ ପଦାର୍ପଣ କରିଛନ୍ତି । ୧୯୫୦ ମସିହା ଜୁଲାଇ ୨୦ ତାରିଖରେ ସେ ଉତ୍ତର ପ୍ରଦେଶର ବାରବାଙ୍କିର ଜନ୍ମ ଗ୍ରହଣ କରିଥିଲେ ।
୧୯୭୫ ମସିହାରେ ରିଲିଜ ହୋଇଥିବା ବଲିଉଡ ଫିଲ୍ମ ‘ନିଶାନ୍ତ’ ଜରିଆରେ ସେ ନିଜର ପେଶାଦାର ଫିଲ୍ମି କ୍ୟାରିୟର୍ ଆରମ୍ଭ କରିଥିଲେ । ତାଙ୍କର ବାପା ଜଣେ ଆର୍ମି ଅଫିସର ଥିବାବେଳେ ମାଆ ଗୃହିଣୀ ଥିଲେ ।
ଜନ୍ମଦିନ ଅବସରରେ ଜାଣନ୍ତୁ ନସିରୁଦ୍ଦିନଙ୍କ ସମ୍ପର୍କରେ କିଛି…
୧୯୮୦ ମସିହାରେ ବଲିଉଡ ଫିଲ୍ମ ‘ହମ୍ ପାଞ୍ଚ’ରେ ସେ ନଜର ଆସିଥିଲେ । ସାତ ଖୁନ୍ ମାଫ, ବେଗମ ଜାନ୍, ଡର୍ଟି ପିକଚର ଓ ଦେଢ ଇସ୍କିଆ ଭଳି ବଲିଉଡ ଫିଲ୍ମରେ ତାଙ୍କ ଅଭିନୟ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିଲା ।
ପରେ ୧୯୮୨ ମସିହାରେ ରତ୍ନା ପାଠକଙ୍କୁ ସେ ଦ୍ୱିତୀୟ ବିବାହ କରିଥିଲେ । କୁହାଯାଏ ମାତ୍ର ୨୦ ବର୍ଷ ବୟସରେ ସେ ନିଜଠାରୁ ୧୫ ବର୍ଷ ବୟସ୍କା ବଡ ମନାରା ସିକରିଙ୍କୁ ବିବାହ କରିଥିଲେ।
ଥିଏଟର, ବଲିଉଡ ବ୍ୟତିତ ପାକିସ୍ତାନୀ ଚଳଚ୍ଚିତ୍ରରେ ମଧ୍ୟ ନସିରୁଦ୍ଦିନ କାମ କରିଛନ୍ତି । ‘ଖୁଦା କେ ଲିୟେ’ ହେଉଛି ତାଙ୍କର ପ୍ରଥମ ପାକିସ୍ତାନୀ ଫିଲ୍ମ ।
ନିଜର ବଳିଷ୍ଠ ଅଭିନୟ ଲାଗି ନସିରୁଦ୍ଦିନ ଫିଲ୍ମ ଫେୟାର ଆୱାର୍ଡ, ନ୍ୟାସନାଲ୍ ଆୱାର୍ଡ, ପଦ୍ମଶ୍ରୀ ଓ ପଦ୍ମ ଭୂଷଣ ଭଳି ପୁରସ୍କାର ପାଇ ପାରିଛନ୍ତି ।
Comments are closed.