ଲଣ୍ଡନ: ଭାରତ-ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଜୁନ ୨୦ରୁ ଆରମ୍ଭ ହୋଇଯାଇଛି । ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଅବସର ପରେ ଶୁଭମନ ଗିଲଙ୍କ ନେତୃତ୍ୱରେ ଏକ ଯୁବ ଟିମ ଏହି ଗସ୍ତରେ ଯାଇଛି । ଏହି ଅବସରରେ ଇଂଲଣ୍ଡର ଦୁଇ ପୂର୍ବତନ ମହାନ ଖେଳାଳି ନାସୀର ହୁସେନ ଓ ମାଇକ ଆର୍ଥଟନ ଉଭୟ ଦେଶର ଖେଳାଳିଙ୍କୁ ନେଇ ୨୧ତମ ଶତାବ୍ଦୀର ଶ୍ରେଷ୍ଠ ଏକାଦଶ ଚୟନ କରିଛନ୍ତି । ଆଶ୍ଚର୍ଯ୍ୟଜନକ ଭାବେ ସେମାନେ ବିରାଟ କୋହଲି କିମ୍ବା ଜୋ ରୁଟଙ୍କୁ ଏଥିରେ ସୁଯୋଗ ଦେଇ ନାହାନ୍ତି ।
ସେହିପରି ଅନୀଲ କୁମ୍ବଲେ, ହରଭଜନ ସିଂ ଓ ଗ୍ରେମ ସ୍ୱାନଙ୍କ ବଦଳରେ ରବିଚନ୍ଦ୍ରନ ଅଶ୍ୱୀନଙ୍କୁ ସୁଯୋଗ ଦେଇଛନ୍ତି । ସୌରଭ ଗାଙ୍ଗୁଲି, ଜାହୀର ଖାଁ ଓ ଭିଭିଏସ ଲକ୍ଷ୍ମଣଙ୍କୁ ମଧ୍ୟ ସ୍ଥାନ ମିଳିନି ।
ଶ୍ରେଷ୍ଠ ଏକାଦଶ: ବୀରେନ୍ଦ୍ର ସେହ୍ୱାଗ, ଆଲିଷ୍ଟର କୁକ, ରାହୁଲ ଡ୍ରାଭିଡ, ସଚିନ ତେନ୍ଦୁଲକର, କେଭିନ ପିଟରସନ, ବେନ ଷ୍ଟୋକ୍ସ, ରିଷଭ ପନ୍ତ, ରବିଚନ୍ଦ୍ରନ ଅଶ୍ୱୀନ, ଷ୍ଟୁଆର୍ଟ ବ୍ରଡ, ଯଶପ୍ରୀତ ବୁମରାହ ଓ ଜେମ୍ସ ଆଣ୍ଡରସନ ।
Comments are closed.