Latest Odisha News

BREAKING NEWS

ସର୍ବିୟା ମଡେଲଙ୍କର ଚାଂଚଲ୍ୟକର ବୟାନ, ଜୋକୋଭିଚଙ୍କୁ ଫସାଇବା ଯଚା ଯାଇଥିଲା ୫୧ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ସର୍ବିୟାର ମଡେଲ ନାତାଲିୟା ସ୍କେକିଚଙ୍କ ଚାଂଚଲ୍ୟକର ବୟାନ ସାରା ବିଶ୍ୱର ଗଣମାଧ୍ୟମକୁ ସ୍ତବ୍ଧ କରିଦେଇଛି । ନାତାଲିୟା କହିଛନ୍ତି ବିଶ୍ୱର ଏକ ନମ୍ବର ଟେନିସ ଖେଳାଳି ସର୍ବିୟାର ନୋଭାକ ଜୋକୋଭିଚଙ୍କୁ ଫସାଇବା ଏବଂ ଫିଲ୍ମ ତିଆରି କରିବା ପାଇଁ ୬୦,୦୦୦ ୟୁରୋ(୫୧ ଲକ୍ଷ ଟଙ୍କା) ଯଚା ଯାଇଥିଲା । ଏହା ବ୍ୟତୀତ ମନପସନ୍ଦ ସ୍ଥାନରେ ଛୁଟି କଟାଇବା ପାଇଁ ଲୋଭନୀୟ ଅଫର ମଧ୍ୟ ଥିଲା । ଏଥିରୁ ମୁଁ ରାଗି ଯାଇଥିଲି । ମାତ୍ର ଏକ ସାର୍ବଜନୀନ ସ୍ଥାନରେ ଏହି କଥା କହିଥିବାରୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ କିଛି ନ କହି ପଳାଇ ଆସିଥିଲେ ।

ସେ ବ୍ୟକ୍ତି ଜୋକୋଭିଚଙ୍କ ସମ୍ମାନ କ୍ଷୁର୍ଣ୍ଣ କରିବାକୁ ଚାହୁଁଥିଲା । ସେ ମୋର କୌଣସି କ୍ଷତି କରି ନାହାନ୍ତି ମୁଁ କିପରି ତାଙ୍କ ବିରୋଧରେ କାର୍ଯ୍ୟ କରିଥାନ୍ତି ବୋଲି ନାତାଲିୟା କହିଛନ୍ତି । ଅନ୍ୟ କୌଣସି ଭଲ ଝିଅ ଏ ଭଳି କାର୍ଯ୍ୟ ପାଇଁ କେବେ ହେଲେ ରାଜି ହେବନି ବୋଲି ସେ କହିଛନ୍ତି । ବର୍ତମାନ ସମ୍ପୃକ୍ତ ବ୍ୟକ୍ତଜଣଙ୍କ କିଏ ସେ ନେଇ ଖୋଜା ଚାଲିଛି । ନାତାଲିୟା ତାଙ୍କ ନାମ ପ୍ରକାଶ କରି ନାହାନ୍ତି ।

Leave A Reply

Your email address will not be published.