Latest Odisha News

BREAKING NEWS

ବିଶ୍ବର ସବୁଠାରୁ ପ୍ରତିଭାଶାଳୀ ଛାତ୍ରୀ ତାଲିକାରେ ଭାରତୀୟ ଆମେରିକୀୟ ଛାତ୍ରୀ ନତାଶା ପେରୀ

ନୂଆଦିଲ୍ଲୀ : ବିଶ୍ବର ସବୁଠାରୁ ପ୍ରତିଭାଶାଳୀ ଛାତ୍ରୀ ତାଲିକାରେ ସ୍ଥାନ ପାଇଛନ୍ତି ଭାରତୀୟ ଆମେରିକୀୟ ଛାତ୍ରୀ ନତାଶା ପେରୀ । ୮୪ଟି ରାଷ୍ଟ୍ରର ୧୯ ହଜାର ଛାତ୍ରଛାତ୍ରୀଙ୍କୁ ନେଇ ହୋଇଥିବା ଆକଳନରେ ଏହି ସଫଳତା ହାସଲ କରିଛନ୍ତି ୧୧ ବର୍ଷ ବୟସ୍କା ନତାଶା । ଆମେରିକାର ଜନ୍ ହପକିନସ ସେଣ୍ଟର ଫର ଟାଲେଣ୍ଟେଡ୍ ୟୁଥ୍ ପକ୍ଷରୁ ହୋଇଥିବା ଆକଳନରେ ନତାଶା ଏହି ଗୌରବ ହାସଲ କରିଛନ୍ତି । ଜନ୍ ହପକିନ୍ସ ବିଶ୍ବବିଦ୍ୟାଳୟ ଅନ୍ତର୍ଗତ ଏହି ପ୍ରତିଷ୍ଠାନ ପକ୍ଷରୁ ସର୍ଭେ କରାଯାଇଥିଲା । ଏସଏଟି, ଏସିଟି ତଥା ଅନ୍ୟାନ୍ୟ ଟେଷ୍ଟରେ ଥେଲମା ଏଲ. ସ୍ୟାଣ୍ଡମିଅର ଏଲିମେଣ୍ଟାରୀ ସ୍କୁଲର ଛାତ୍ରୀ ନତାଶା ଶ୍ରେଷ୍ଠ ତାଲିକାରେ ସ୍ଥାନ ପାଇଥିଲେ ।

Leave A Reply

Your email address will not be published.