ନୂଆଦିଲ୍ଲୀ: ସୋମବାର ଦିନ ଉତ୍ତରପୂର୍ବ ଦିଲ୍ଲୀର ମୌଜପୁରରେ ସିଏଏ ସମର୍ଥକ ଓ ବିରୋଧୀ ଗୋଷ୍ଠୀ ମଧ୍ୟରେ ହୋଇଥିବା ମୁହାଁମୁହିଁ ଯୋଗୁଁ ମୁଖ୍ୟ କନଷ୍ଟେବଳ ସମେତ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ ରୁ ଅଧିକ ଜଣ ଆହତ ହୋଇଛନ୍ତି । । ଏହି ଘଟଣା ପରେ ଗୃହ ମନ୍ତ୍ରାଳୟର ସୋମବାର ବିଳମ୍ବିତ ରାତି ବୈଠକ ବସିଥିଲା । ଏଥିରେ ସୁରକ୍ଷା ଉପରେ ବିସ୍ତୃତ ଆଲୋଚନା ହୋଇଛି ।
ଏହି ବୈଠକ ପରେ ଗୃହ (ରାଷ୍ଟ୍ରମନ୍ତ୍ରୀ) ଜି କିଶନ ରେଡ୍ଡୀ କହିଛନ୍ତି, ସରକାର ଏହି ହିଂସାକୁ ସହଜରେ ଗ୍ରହଣ କରିପାରିବେ ନାହିଁ । ନିଜେ ଗୃହମନ୍ତ୍ରୀ ଦିଲ୍ଲୀର ସୁରକ୍ଷା ଦାୟିତ୍ୱ ନେବେ ।
ଅନ୍ୟପକ୍ଷରେ ସୋମବାର ଦିନ ୮ ରାଉଣ୍ଡ ଗୁଳିଚାଳନା କରିଥିବା ଯୁବକଙ୍କୁ ପୋଲିସ ଅଟକ ରଖିଛି । ଏହି ଯୁବକଙ୍କ ନାମ ଶାହରୁଖ ହୋଇଥିବା ବେଳେ ଏହି ଯୁବକ ଜଣଙ୍କ ସ୍ଥାନୀୟ ଅଞ୍ଚଳର ହୋଇଥିବା ଜଣାପଡିଛି ।
ଗତକାଲି ସିଏଏ ବିରୋଧୀ ଓ ସପକ୍ଷବାଦୀ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଥିଲେ । ଯାହାର ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ଉକ୍ତ ଯୁବକ ହାତରେ ବନ୍ଧୁକ ଧରି ଫାୟାରିଙ୍ଗ୍ କରୁଥିବା ଦେଖାଯାଇଥିଲା । ଏହି ଫାୟାରିଙ୍ଗ୍ ମୋଜପୁରରୁ ଜାଫରାବାଦ୍ ଯାଉଥିବା ସଡ଼କ ଉପରେ ହୋଇଥିଲା ।
Comments are closed.