ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମର ଆକ୍ୱାଟିକ ସେଂଟରରେ ୭୮ତମ ଜାତୀୟ ସିନିୟର ସନ୍ତରଣ ଚାମ୍ପିୟନଶିପ ଅନୁଷ୍ଠିତ ହୋଇଯାଇଛି । ଅନ୍ତିମ ଦିବସରେ ଓଡିଶାର ଦୁଇ ଉଦୀୟମାନ ସନ୍ତରଣକାରୀ ମନ୍ନତା ମିଶ୍ର ଓ ପ୍ରତ୍ୟାଶା ରାୟ ପଦକ ହାସଲ କରିଛନ୍ତି । ଓଡିଶା ଓଭରାଲ ୬ ପଦକ ଜିିତି ୭ମ ସ୍ଥାନରେ ରହି ଅଭିଯାନ ଶେଷ କରିଛି । ଏଥିରେ ଗୋଟିଏ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ ସାମିଲ । ୧୦୦ ମିଟର ବ୍ରେଷ୍ଟ ଷ୍ଟ୍ରୋକରେ ମନ୍ନତା ରୌପ୍ୟ ପଦକ ହାସଲ କରିଥିଲେ ।
ସେହିପରି ୧୦୦ ମିଟର ବ୍ୟାକ ଷ୍ଟ୍ରୋକରେ ପ୍ରତ୍ୟାଶା ବ୍ରୋଞ୍ଜ ପଦକ ଜିତିଥିଲେ । ଏହା ପୂର୍ବରୁ ସୃଷ୍ଟି ଉପାଧ୍ୟୟ ୨୦୦ ମିଟର ବଟରଫ୍ଲାଏରେ ବ୍ରୋଞ୍ଜ ପଦକ ଜିତିଥିଲେ । ସେ ୧୦୦ ମିଟରରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ସମସ୍ତ ଓଡିଆ ପ୍ରତିଯୋଗୀ ଏଥର ଚାମ୍ପିୟନଶିପରେ ଭଲ ପ୍ରଦର୍ଶନ କରିଥିଲେ ।
Comments are closed.