Latest Odisha News

BREAKING NEWS

ଜାତୀୟ ସିନେମା ଦିବସ : ଚଳଚ୍ଚିତ୍ର ଦେଖିବାକୁ ଟିକେଟ୍ ମୂଲ୍ୟ ୯୯ ଟଙ୍କା

ଭୁବନେଶ୍ଵର: ଆଜି ଜାତୀୟ ସିନେମା ଦିବସ । ଏହି ଅବସରରେ ଆଜି ଆପଣ ଯେକୌଣସି ସିନେମା ହଲରେ ଯେକୌଣସି ଫିଲ୍ମ ମାତ୍ର ୯୯ ଟଙ୍କାରେ କିଣିପାରିବେ। ମଲ୍ଟିପ୍ଲେକ୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ ଆଜି ସାରା ଦେଶରେ ଜାତୀୟ ସିନେମା ଦିବସ ପାଳନ କରୁଛି । ଏଥିପାଇଁ ୯୯ ଟଙ୍କାରେ ଟିକେଟ ମିଳିବା ପାଇଁ ନିଷ୍ପତ୍ତି ନିଆଯାଇଛି । PVR, INOX, ସିନେପୋଲିସ୍, କାର୍ନିଭାଲ୍, ମିରାଜ୍ ଓ ସିଟିପ୍ରିଡ୍, ଏସୀୟ, ମୁଭିଟାଇମ୍ ସମେତ ଦେଶର ପ୍ରାୟ ୪ ହଜାର ସିନେମା ହଲରେ ୯୯ ଟଙ୍କାରେ ଟିକେଟ୍ କିଣି ଦର୍ଶକ ବିଭିନ୍ନ ଫିଲ୍ମ ଦେଖିପାରିବେ ।

ଆଜି ଦିନକୁ ସେଲିବ୍ରେଟ କରିବା ପାଇଁ, ଦର୍ଶକଙ୍କୁ ଭିନ୍ନ ଏକ ଅନୁଭୂତି ଦେବା ପାଇଁ ମଲ୍ଟିପ୍ଲେସ୍ ଆସୋସିଏସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ସାରା ଦେଶର ଦର୍ଶକ ଆଜି ଏହି ଅଫରର ଲାଭ ନେଇ ପାରିବେ । ତେବେ ଏହି ଅଫର କେବଳ କେତେକ ସିନେମା ହଲରେ ମିଳିବ । ଦକ୍ଷିଣ ଭାରତୀୟ ରାଜ୍ୟ ତାମିଲନାଡୁ, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରେ ଏହି ଅଫରର ଲାଭ ମିଳିବ ନାହିଁ । ରାଜ୍ୟ ସରକାରଙ୍କ ନୀତି ପାଇଁ ୯୯ ଟଙ୍କାରେ ଟିକେଟ ବିକ୍ରି କରାଯାଇ ପାରିବ ନାହିଁ ବୋଲି ପିଭିଆର ଏବଂ ଆଇନକ୍ସ ପାଖରୁ ସୂଚନା ଦିଆଯାଇଛି । ଅନଲାଇନ ପ୍ଲାଟଫର୍ମ ବୁକ ମାଇଁ ଶୋ, ପେଟିଏମ ଆପ୍ ରେ ଏହି ସୁବିଧା ଉପଲବ୍ଧ ରହିବ । ଏଥର ଜାତୀୟ ସିନେମା ଦିବସରେ କମ୍ ମୂଲ୍ୟରେ ଫିଲ୍ମ ଦେଖିବା ସହ ଦର୍ଶକମାନେ ମଲ୍ଟିପ୍ଲେକ୍ସରେ ସ୍ଵଳ୍ପ ମୂଲ୍ୟରେ ଖାଦ୍ୟର ମଜା ମଧ୍ୟ ନେଇ ପାରିବେ । ଗତ ବର୍ଷ ଏହି ଅଫର ପାଇଁ ସିନେମା ହଲ୍ ରେ ଅନେକ ଭିଡ଼ ଦେଖିବାକୁ ମିଳିଥିଲା ।

କୋଭିଡ୍ ୧୯ ମହାମାରୀ କାରଣରୁ ସୃଷ୍ଟି ହୋଇଥିବା ଜରୁରୀକାଳିନ ସ୍ଥିତି ସମୟରେ ମଲ୍ଟିପ୍ଲେକ୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ ସିନେମା ହଲ୍ ଖୋଲିବା ଦିନକୁ ଉତ୍ସବରେ ପରିଣତ କରିଥିଲା । ମହାମାରୀ ପରେ ଯେଉଁ ଦିନ ପ୍ରଥମ ଥର ଭାବରେ ପ୍ରକ୍ଷାଳୟ ଖୋଲା ଯାଇଥିଲା ସେହି ଦିନକୁ ଜାତୀୟ ସିନେମା ଦିବସ ଭାବରେ ପାଳନ କରାଯାଏ । ଏହି ପରିବର୍ତ୍ତନ ଏକତା ପ୍ରଦର୍ଶନ କରିବା ଏବଂ ମହାମାରୀ ସମୟରେ ବହୁ ଆର୍ଥିକ ସଙ୍କଟରେ ଥିବା ସିନେମା ହଲ୍ ମାଲିକମାନଙ୍କୁ ବହୁ ଆବଶ୍ୟକୀୟ ସହାୟତା ଯୋଗାଇବା ପାଇଁ ଏକ ମାଧ୍ୟମ ଭାବରେ କାର୍ଯ୍ୟ କରିଥିଲା ​​। ସିନେମା ଇଣ୍ଡଷ୍ଟ୍ରିର ପୁନର୍ଜୀବନରେ ଭାଗ ନେବାକୁ ଚଳଚ୍ଚିତ୍ର ପ୍ରଶଂସକଙ୍କୁ ପ୍ରଲୋଭିତ କରିବା ପାଇଁ ଚଳଚ୍ଚିତ୍ର ଟିକେଟ୍ ଉପରେ ଯଥେଷ୍ଟ ରିହାତି ପ୍ରଦାନ କରାଯାଏ ।

ତେବେ ଗତବର୍ଷ ଜାତୀୟ ସିନେମା ଦିବସରେ ସିନେମା ପ୍ରେମୀଙ୍କ ପାଇଁ ଗୋଟିଏ ଦିନ ସମସ୍ତ ଚଳଚ୍ଚିତ୍ରର ଟିକେଟ୍ ମୂଲ୍ୟ ମାତ୍ର ୭୫ଟଙ୍କାକୁ ହ୍ରାସ କରାଯାଇଥିଲା। ଏହି ଅର୍ଥ ଦେଇ ଦର୍ଶକ ବଲିଉଡ଼, ହଲିଉଡ, ଟଲିଉଡ ଓ ଓଲିଉଡ ସିନେମା ହଲରେ ଦେଖିବାର ସୁଯୋଗ ପାଇଥିଲେ। ଏଥିପାଇଁ ପ୍ରତିଟି ପ୍ରେକ୍ଷାଳୟରେ ଦର୍ଶକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.