ଭୁବନେଶ୍ୱର: ଗୋଆରେ ଚାଲିଥିବା ଜାତୀୟ କ୍ରୀଡାରେ ଓଡିଶା ଆଥଲେଟମାନେ ପ୍ରଶଂସନୀୟ ପ୍ରଦର୍ଶନ ଜାରୀ ରଖିଛନ୍ତି । ଶୁକ୍ରବାର ଜିମ୍ନାଷ୍ଟ ପ୍ରଣତୀ ନାୟକ ୨ଟି ସ୍ୱର୍ଣ୍ଣ ସହ ଓଡିଶା ୬ ପଦକ ହାସଲ କରିଛି । ଓଡିଶାର ମହିଳା ରଗବୀ ଟିମ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ତପନ ମହାନ୍ତି ଜିମ୍ନାଷ୍ଟିକ୍ସରେ ରୌପ୍ୟ ପଦକ ହାସଲ କରିଛନ୍ତି । ମହିଳା ରଗବୀ ଫାଇନାଲରେ ଓଡିଶା ୧୨-୭ରେ ବିହାରକୁ ପରାସ୍ତ କରିଥିଲା । ପୁରୁଷ ରଗବୀ ଟିମ ଓ ୱେଟଲିଫ୍ଟିଂରେ ସୁରେଶ କୁମାର ବ୍ରୋଞ୍ଜ ପଦକ ଜିତି ଓଡିଶାକୁ ଗୌରବାନ୍ୱିତ କରିଛନ୍ତି । ପ୍ରଣତୀ ଓ ତପନଙ୍କ ପ୍ରଦର୍ଶନ ନେଇ କୋଚ ଅଶୋକ ମିଶ୍ର ସନ୍ତୋଷ ବ୍ୟକ୍ତ କରିଛନ୍ତି । ପ୍ରଣତୀ ଆର୍ଟିଷ୍ଟିକ ଓ ଅଲରାଉଣ୍ଡ ଇଭେଂଟରେ ସ୍ୱର୍ଣ୍ଣିମ ସଫଳତା ହାସଲ କରିଛନ୍ତି ।
ସୁରେଶ ୱେଟଲିଫ୍ଟିଂରେ ଓଭରାଲ ୩୨୧ ଭାର ଉଠାଇ ବ୍ରୋଞ୍ଜ ପଦକ ଜିତିଥିଲେ । ସେ ସ୍ନାଚରେ ୧୪୦ ଓ କ୍ଲିନ ଆଣ୍ଡ ଜର୍କରେ ୧୮୧ କେଜିର ଭାର ଉଠାଇଥିଲେ । ସୂଚନାଯୋଗ୍ୟ, ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ କ୍ରୀଡା ପୂର୍ବରୁ ଖେଳାଳିମାନଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଛନ୍ତି । ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ବିଜେତାଙ୍କୁ ଯଥାକ୍ରମେ ୫, ୩ ଓ ୨ଲକ୍ଷ ଟଙ୍କା ଲେଖାଁଏ ମିଳିବ ।
Comments are closed.