Latest Odisha News

BREAKING NEWS

ପୁଣି ଥରେ ଓଡ଼ିଶାରେ ଏକ ନମ୍ବର ସ୍ଥାନ ବଜାୟ ରଖିଲା ସୋଆ

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ୨୦୨୨ ବର୍ଷ ଲାଗି (National Institutional Ranking Framework) ରାଙ୍କିଂ ପ୍ରକାଶ ପାଇଛି । ସମଗ୍ର ବର୍ଗରେ ଆଇଆଇଟି ମାଡ୍ରାସ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛି ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ, ବେଙ୍ଗଳୁରୁ । ତୃତୀୟ ସ୍ଥାନରେ ଆଇଆଇଟି ବମ୍ବେ, ଚତୁର୍ଥ ସ୍ଥାନରେ ଆଇଆଇଟି ଦିଲ୍ଲୀ ଓ ପଞ୍ଚମ ସ୍ଥାନରେ ଆଇଆଇଟି କାନପୁର ରହିଛି । ଟପ୍ ଟେନ୍ ମଧ୍ୟରେ ନବମ ସ୍ଥାନରେ ଏମ୍ସ ଦିଲ୍ଲୀ ରହିଥିବା ବେଳେ ଦଶମ ସ୍ଥାନରେ ରହିଛି ଜୱାହରଲାଲ୍ ନେହରୁ ବିଶ୍ୱବିଦ୍ୟାଳୟ । ଆଇଆଇଟି ମାଡ୍ରାସ (Indian Institute of Technology Madras) ୮୭.୫୯ ପ୍ରତିଶତ ସ୍କୋର କରିଥିବା ବେଳେ ଦ୍ୱିତୀୟ ସ୍ଥାନରେ ଥିବା (Indian Institute of Science) ବେଙ୍ଗଳୁରୁ ୮୩.୫୭ ପ୍ରତିଶତ ସ୍କୋର କରିଛି ।

ସମଗ୍ର ବର୍ଗରେ ଟପ୍ ୧୦୦ରେ ଓଡ଼ିଶାର ୪ଟି ଶିକ୍ଷାନୁଷ୍ଠାନ ସ୍ଥାନ ପାଇଛନ୍ତି । ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ୫୫.୪୨ ପ୍ରତିଶତ ସ୍କୋର କରି ୩୦ ତମ ସ୍ଥାନରେ ରହିଛି । ସେହିଭଳି ୫୪.୩୫ ପ୍ରତିଶତ ସ୍କୋର ସହ କିଟ୍ ୩୪ ତମ ସ୍ଥାନରେ ଥିବାବେଳେ ୫୩.୭୭ ପ୍ରତିଶତ ସ୍କୋର ସହ ଆଇଆଇଟି ରାଉରକେଲା (National Institute of Technology Rourkela) ୩୯ ତମ ସ୍ଥାନରେ ରହିଛି । ତାଲିକାର ୬୫ ତମ ସ୍ଥାନରେ ରହିଛି (Indian Institute of Technology Bhubaneswar) ।

ସେହିଭଳି ବିଶ୍ୱବିଦ୍ୟାଳୟ ରାଙ୍କିରେ ବେଙ୍ଗଳୁରୁ ସ୍ଥିତ (Indian Institute of Science) ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ଦିଲ୍ଲୀ ସ୍ଥିତ (Jawaharlal Nehru University) ଦ୍ୱିତୀୟ ସ୍ଥାନରେ ରହିଛି । ଓଡ଼ିଶାର ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (Siksha `O` Anusandhan) ୧୬ ତମ ସ୍ଥାନରେ ଥିବାବେଳେ କିଟ୍ (Kalinga Institute of Industrial Technology) ୨୦ ତମ ସ୍ଥାନରେ ରହିଛି । ତାଲିକାର ୮୮ତମ ସ୍ଥାନରେ ରହିଛି ଉତ୍କଳ ବିଶ୍ୱବିଦ୍ୟାଳୟ (Utkal University) । ସୋଆ ୫୭.୬୦ ପ୍ରତିଶତ ସ୍କୋର କରିଥିବା ବେଳେ କିଟ୍ ୫୬.୨୨ ପ୍ରତିଶତ ଓ ଉତ୍କଳ ବିଶ୍ୱବିଦ୍ୟାଳୟ ୪୨.୨୭ ପ୍ରତିଶତ ସ୍କୋର କରିଛି ।

Leave A Reply

Your email address will not be published.