Latest Odisha News

BREAKING NEWS

ରୋନାଲ୍ଡୋଙ୍କୁ ୨୪୦୦ କୋଟି ଟଙ୍କାର ଅଫର ଦେଲା ସାଉଦି ଆରବ କ୍ଲବ !

ରିୟାଦ: ପର୍ତୁଗାଲର ଅଧିନାୟକ ତଥା ଷ୍ଟାର ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋ ଫୁଟବଲ ଇତିହାସର ସବୁଠାରୁ ଧନୀ ଖେଳାଳି ହେବାକୁ ଯାଉଛନ୍ତି । ରିପୋର୍ଟ ମୁତାବକ ସାଉଦି ଆରବର ଏକ କ୍ଳବ ରୋନାଲ୍ଡୋଙ୍କୁ ଚୁକ୍ତି କରିବା ପାଇଁ ୩୦୦ ମିଲିୟନ ୟୁରୋ(୨୪୦୦ କୋଟି ଟଙ୍କା)ର ଅଫର ଦେଇଛି । ତେବେ କେଉଁ କ୍ଲବ ଏହି ଅଫର ଦେଇଛି ତାହା ସ୍ପଷ୍ଟ ହୋଇନି । କିଛି ଦିନ ତଳେ ସେ ମାଂଚେଷ୍ଟର ୟୁନାଇଟେଡ ଛାଡିବା ପାଇଁ ଚାହୁଁଛନ୍ତି । ଆସନ୍ତା ବର୍ଷ ଜୁନରେ ତାଙ୍କ ଚୁକ୍ତି ମିଆଦ ସମ୍ପୂର୍ଣ୍ଣ ହେବ । କ୍ଲବ ରୋନାଲ୍ଡୋଙ୍କୁ କୌଣସି ମତେ ଛାଡିବାକୁ ଚାହୁଁ ନାହିଁ । ୩୭ ବର୍ଷୀୟ ଏହି ଷ୍ଟାର ଖେଳାଳି ଟ୍ରାନ୍ସଫର ୱିଣ୍ଡୋ ମାଧ୍ୟମରେ କ୍ଲବ ଛାଡିବା ପାଇଁ ଅନୁରୋଧ କରିଛନ୍ତି । ଗତ ସିଜନରେ ସେ ତାଙ୍କ ଇଂଲିଶ କ୍ଲବ ପକ୍ଷରୁ ୧୮ ଗୋଲ ସ୍କୋର କରିଥିଲେ । କ୍ଲବ ପ୍ରିମିୟର ଲିଗରେ ୬ଷ୍ଠ ସ୍ଥାନରେ ରହିବା ଯୋଗୁ ଚାମ୍ପିୟନ୍ସ ଲିଗ ପାଇଁ କ୍ୱାଲିଫାଇ କରିପାରି ନ ଥିଲା ।

Leave A Reply

Your email address will not be published.