Latest Odisha News

BREAKING NEWS

ଜୁନିୟର ସନ୍ତରଣ ଚାମ୍ପିୟନଶିପରେ ଇତିହାସ ରଚିଲେ ମନ୍ନତ

ଭୁବନେଶ୍ୱର: ଓଡିଶାର ଉଦୀୟମାନ ମହିଳା ସନ୍ତରଣକାରୀ ମନ୍ନତ ମିଶ୍ର ଇତିହାସ ରଚିଛନ୍ତି । ସେ ଓଡିଶାର ପ୍ରଥମ ସନ୍ତରଣକାରୀ ଭାବେ ଜାତୀୟ ଜୁନିୟର ଚାମ୍ପିୟନଶିପରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେ ଗ୍ରୁପ ୧ ବାଳିକା ବ୍ରେଷ୍ଟଷ୍ଟ୍ରୋକରେ ଏହି ସଫଳତା ହାସଲ କରିଛନ୍ତି । ଓଡିଶା ଆଇଆଇଏସ ସନ୍ତରଣ ଏଚପିସିରେ ସେ ପ୍ରଶିକ୍ଷଣ ନେଉଛନ୍ତି । ଏହା ପୂର୍ବରୁ ବାଳିକା ଗ୍ରୁପ ୧ର ୨୦୦ ମିଟର ବ୍ରେଷ୍ଟଷ୍ଟ୍ରୋକରେ ସେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ଅଗଷ୍ଟ ୬ରୁ ୧୧ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଜାତୀୟ ଜୁନିୟର ଚାମ୍ପିୟନଶିପରେ ସେ ଏହି କୀର୍ତିମାନ ସ୍ଥାପନ କରି ଓଡିଶାକୁ ଗୌରବାନ୍ୱିତ କରିଛନ୍ତି ।

ଫେବୃୟାରୀରେ ଦିଲ୍ଲୀରେ ଅନୁଷ୍ଠିତ ଆନ୍ତର୍ଜାତୀୟ ସନ୍ତରଣ ଚାମ୍ପିୟନଶିପରେ ଏହି ୧୭ ବର୍ଷୀୟା ପ୍ରତିଭାବାନ ସନ୍ତରଣକାରୀ ରୌପ୍ୟ ପଦକ ଜିତିଥିଲେ । ଏହା ତାଙ୍କର ପ୍ରଥମ ଆନ୍ତର୍ଜାତୀୟ ପଦକ । ଆଗାମୀ ଦିନରେ ସେ ଆହୁରି ଭଲ ପ୍ରଦର୍ଶନ କରିବେ ବୋଲି ଆଶା ବ୍ୟକ୍ତ କରାଯାଉଛି ।

Comments are closed.